ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ସୋର ପଠାଣ ମହଲାରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବାର ଜଣାଯାଇଛି । ଖବର ସଂଗ୍ରହରୁ ଜଣାପଡିଛିଯେ, ଆଜି ଦିନ ପ୍ରାୟ ୧୧ ଘଟିକା ସମୟରେ ୬ ନମ୍ବର ୱାର୍ଡର ବାସିନ୍ଦା ମମତାଜ ଖାନ ଘରଟି କୌଣସି କାରଣରୁ ହଠାତ୍ ଜଳିବାକୁ ଆରମ୍ଭ କରିଥିଲା । ପାଖପଡୋଶୀ ଉଦ୍ଧାର କାର୍ଯ୍ୟରେ ଲାଗିପଡିବା ସହିତ ସ୍ଥାନୀୟ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବରପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବାର ଅନୁମାନ କରାଯାଇଛି । ଅଗ୍ନିକାଣ୍ଡର କାରଣ ଜଣା ପଡିନଥିଲେ ବି  ସର୍ଟ ସର୍କିଟ ଯୋଗୁ ହୋଇଥାଇପାରେ ବୋଲି ଉପସ୍ଥିତ ଜନସାଧାରଣ ପ୍ରକାଶ କରିଛନ୍ତି । ତେବେ ତଦନ୍ତ ପରେ ସମ୍ପୂର୍ଣ୍ଣ କ୍ଷୟକ୍ଷତିର ପରିମାଣ ଜଣାପଡିବ ।

 

Leave a Reply

Your email address will not be published.