ଦାରୁଠେଙ୍ଗ ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରଶାନ୍ତ କୁମାର ରାଉତରାୟଙ୍କୁ ମିଳିଛି ଲଙ୍ଗଳ ଚିହ୍ନ

ବାରଙ୍ଗ, (ନାଗରାଜ ନ୍ୟୁଜ): ଦାରୁଠେଙ୍ଗ ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରଶାନ୍ତ କୁମାର ରାଉତରାୟଙ୍କୁ ମିଳିଛି ଲଙ୍ଗଳ ଚିହ୍ନ । ଦାରୁଠେଙ୍ଗ ଗ୍ରାମପଞ୍ଚାୟତ ସର୍ବାଙ୍ଗୀନ ଉନ୍ନତି ତାଙ୍କର ଲକ୍ଷ୍ୟ । ତାଙ୍କର ଆଶା ରହିଛି ପୂର୍ବ ଥର ଭଳି ଏଥର ମଧ୍ୟ ପଞ୍ଚାୟତ ବାସୀ ଉପଯୁକ୍ତ ପ୍ରାର୍ଥୀ ଚୟନ କରି ନିଜ ମାଟି ନିଜ ପଞ୍ଚାୟତର ଉନ୍ନତି ପ୍ରଗତି ଦିଗରେ ନିଜର ମୂଲ୍ୟବାନ ମତ ସାବ୍ୟସ୍ତ କରିବାକୁ ଭୁଲିବେ ନାହିଁ । ଗୋଟିଏ ହାତରେ କେବେ ଉନ୍ନତି ହୁଏନାହିଁ । ଗାଁ ମାଟିର ଉନ୍ନତି ଆପଣମାନଙ୍କ ବିନା ଆଶୀର୍ବାଦ ଆଉ ବିନା ସହଯୋଗରେ ଅସମ୍ଭବ ।

ବିଗତ କିଛି ବର୍ଷ ହେବ ନିଜ ପଞ୍ଚାୟତର ଉନ୍ନତି ସରକାରଙ୍କ ଏକପାଖିଆ ଆଚରଣ ପାଇଁ ବନ୍ଦ ହୋଇପଡିଥିଲେ ମଧ୍ୟ ଏଥର ଆମ ସମସ୍ତଙ୍କ ସହଯୋଗରେ ନିଜ ଗାଁର ପ୍ରତିନିଧିତ୍ଵ କରି ସରକାରଙ୍କ ଠାରୁ ନିଜ ପଞ୍ଚାୟତର ହକ୍ ପାଇଁ ଲଢ଼ିଥିଲେ । କରୋନା ସମୟରେ ଘର ଘରକୁ ବୁଲି ଲୋକଙ୍କ ସୁବିଧା ଅସୁବିଧା ବୁଝିଥିଲେ । ତେଣୁ ପୂର୍ବତନ ସରପଞ୍ଚ “ପ୍ରଶାନ୍ତ ରାଉତରାୟ ( ରିତୁ ଭାଇ )” ଏଥର ନେତୃତ୍ୱ ନେବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published.