ଧାରଣା ଖବର ଶୁଣି ଗେଟରେ ତାଲା ପକାଇ ଫେରାର ହେଲେ ସ୍ବାମୀଙ୍କ ପରିବାର

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅଧିନ ନାବରା ଗ୍ରାମରେ ୮ ବର୍ଷର ପୁଅକୁ ଧରି ସ୍ବାମୀଙ୍କ ଘର ଆଗରେ ବସିଛି ସ୍ତ୍ରୀ । ଘଟଣାରୁ ଜଣାଯାଇଛି ଗ୍ରାମର ହରିପଦ ଦେ ଜଳେଶ୍ବର ରାଜପୁର ଗ୍ରାମର ଗୟା ପ୍ରସାଦ ବେହେରାଙ୍କ ଝିଅ ସୁଭସ୍ମିତାଙ୍କୁ ଗତ ୨୦୧୨ ମସିହାରେ ବିବାହ କରିଥିଲେ । ବିଵାହର କିଛି ବର୍ଷ ପରେ ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରି ଉଭୟ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ ସୁଭସ୍ମିତାଙ୍କୁ । ଏନେଇ ଗତ ୨୦୧୫ ମସିହାରେ ସୁଭସ୍ମିତା ବାଲେଶ୍ଵର ପରିବାର ଅଦାଲତରେ ହୋଇଥିଲେ ଦ୍ବାରସ୍ଥ । ସୁଭସ୍ମିତା ଏବଂ ତାଙ୍କ ପୁଅଙ୍କ ଭରଣପୋଷଣ ପାଇଁ ମାସକୁ ୮ ହଜାର ଟଙ୍କା ଦେବାପାଇଁ ସ୍ବାମୀ ହରିପଦ ଦେକୁ ମାନ୍ଯବର କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ସୁଭସ୍ମିତାଙ୍କୁ ଭରଣପୋଷଣ ବାବଦରେ କୌଣସି ଟଙ୍କା ନ ମିଳିବାରୁ ସ୍ବାମୀଙ୍କ ଘର ଆଗରେ ଦେଇଛନ୍ତି ଧାରଣା । ଖବରପାଇ ପୋଲିସ ଓ ବାଲେଶ୍ଵର ଶିଶୁ ସୁରକ୍ଷା ବିଭାଗ ଘଟଣା ସ୍ଥଳରେ ପହଞ୍ଚି ବଳପୂର୍ବକ ଉଠାଇ ନେଇଥିଲେ । ଏନେଇ ସ୍ୱାମୀ ହରିପଦ ଦେଙ୍କ ଘରେ ମା ଏବଂ ପୁଅକୁ ଥଇଥାନ କରିବା ପାଇଁ ସିଂଲା ଥାନାକୁ ନିର୍ଦ୍ଦେଶ ଦେଇଥିଲା ଶିଶୁ ସୁରକ୍ଷା ବିଭାଗ । ଏହା ଜାଣିପାରି ଶ୍ବଶୁର ଘର ଲୋକେ ଗେଟ୍ ବନ୍ଦ କରି କେଉଁ ଆଡେ ଫେରାର ହୋଇଯାଇଛନ୍ତି । ପୁଅକୁ ନେଇ ସୁଭସ୍ମିତା ଏବଂ ତାଙ୍କର ମା’ ଶୀତ, କାକର, ଖରା ଓ ବର୍ଷାକୁ ଖାତିର ନକରି ଗେଟ୍ ଆଗରେ ଧାରଣାରେ ବସି ରହିଛନ୍ତି ।

Leave a Reply

Your email address will not be published.