ଭାଲିଆପାଟ କପିଳେଶ୍ୱର କ୍ରିକେଟ କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ସ୍ଵର୍ଗତ ପ୍ରହଲ୍ଲାଦ ପ୍ରଧାନ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ସିଲିଭରଜୁବୁଲି ଉଦଯାପିତ

ଢେଙ୍କାନାଳ, (ନାଗରାଜ ନ୍ୟୁଜ ): ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ଅନ୍ତର୍ଗତ କାଶିପୁର ପଞ୍ଚାୟତ ଭାଲିଆପାଟ କପିଳେଶ୍ୱର ମିନି ଷ୍ଟାଡିଅମ ପରିସରରେ ଉଦଯାପିତ ହୋଇଯାଇଛି ୨୫ତମ ଭାଲିଆପାଟ କପିଳେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଓ ପ୍ରହଲ୍ଲାଦ ପ୍ରଧାନ ସ୍ମାରକୀ ତୃତୀୟ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏହି ଟୁର୍ଣ୍ଣାମେକୁ ମୁଖ୍ୟ ଅତିଥି ଭାବେ ଜୟନ୍ତ କୁମାର ପ୍ରଧାନ ଓ କପିଳେଶ୍ୱର କ୍ରିକେଟ କ୍ଲବର ସଭାପତି ବ୍ରଜବନ୍ଧୁ ସାମଲ ଖେଳକୁ ଉଦଘାଟନ କରିଥିବା ବେଳେ ଗ୍ରାଣ୍ଡ ଫାଇନାଲରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳକୁ ଜୟନ୍ତ କୁମାର ପ୍ରଧାନ ଓ ରନର୍ସ ଅଫ୍ ଦଳକୁ ଅରୁପାନନ୍ଦ ବାରିକ୍ ଟ୍ରଫି ପ୍ରଦାନ କରିଥିଲେ । ଏଥିରେ ଅନ୍ୟ ସମ୍ମାନିତ ଅତିଥି ଭାବେ ଚଞ୍ଚଳା ବାରିକ୍, ବିଭୁତି ଭୁଷଣ ପ୍ରଧାନ, ତିନି ନମ୍ବର ଜୋନ୍ ର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ପ୍ରଣତି ତ୍ରିପାଠୀ, ଦିବାକର ତରାଇ, ବେଣୁଧର ଧଳ, ଦୁଷ୍ମନ୍ତ ଧଳ, ହିମାଂଶୁ ପ୍ରଧାନ, ସୁବୋଧ ସତପଥି, ମନୋଜ ମାନସିଂହ, ଗୌତମ ଦାସ, ପଦ୍ମନାଭ ପ୍ରଧାନ, ବାବାଜୀ ବାରିକ, ସାମ୍ବାଦିକ ସୌମ୍ୟରଞ୍ଜନ ମହାନ୍ତି, ସାମ୍ବାଦିକ ଅକ୍ଷୟ କୁମାର ପାତ୍ର ଙ୍କ ସମେତ ବହୁ ନେତୃତ୍ୱ ଉପସ୍ଥିତ ଥିଲେ । ଗ୍ରାଣ୍ଡଫାଇନାଲ ମ୍ୟାଚରେ ଖପୁରିଆ ପଦା କ୍ରିକେଟ କ୍ଳବ୍ ଓ ସାଥୁଆପାଟଣା କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ଟଚ୍ ଜିତି ସାଥୁଆପାଟଣା ଟିମ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୬୫ ରନ କରିଥିବା ବେଳେ ଖପୁରିଆପଦା ୧୯.୪ ଓଭରରେ ୮ ଉଇକେଟରେ ହରାଇ ୧୬୬ରନ କରି ବିଜୟୀ ହୋଇଥିଲା । ଉନ୍ନତ ଖେଳପାଇଁ ଖପୁରିଆପଦା କ୍ରିକେଟ କ୍ଳବ ର ବିପିନ୍ ଜେନା ମ୍ୟାନ ଅଫ ଦି ମ୍ୟାଚ ଓ କାର୍ତ୍ତିକ ଜେନା ମ୍ୟାନ ଅଫ ଦି ସିରିଜ ହୋଇଥିଲେ ଏହି ଖେଳକୁ ଅରୁପାନନ୍ଦ ବାରିକ୍ ଓ ଜ୍ଞାନରଞ୍ଜନ ମହାନ୍ତି ପରିଚାଳନା କରିଥିବା ବେଳେ ଆଙ୍କର ଭାବେ ମନୋଜ ପାତ୍ର, ପ୍ରଭାତ ସାହୁ ଓ ଚିତ୍ତରଞ୍ଜନ ପ୍ରଧାନ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published.