କୋଭିଡ କଟକଣାକୁ ଖୁଲମ ଖୁଲା ବେଖାତିର

ବାଲେଶ୍ଵର,(ନାଗରାଜ ନ୍ୟୁଜ ): ଜଳେଶ୍ଵର ଥାନା ପାଳସାହି ଗ୍ରାମରେ ନିର୍ବାଚନୀ ସଭାକୁ ନେଇ ଉତ୍ତେଜନା । ବିଜେଡି ନେତା ତଥା ଜଳେଶ୍ଵର ବ୍ଲକ ଉପାଧ୍ୟକ୍ଷ ବ୍ରଜ ପ୍ରଧାନଙ୍କ ଗାଡ଼ିକୁ ଅଟକାଇଲେ ପ୍ରତିପକ୍ଷ । ଉପାଧ୍ୟକ୍ଷଙ୍କ ପାଖେ ତିନିଶହରୁ ଅଧିକ ଲୋକ ରୁଣ୍ଡ ହୋଇଥିଲେ । କୋଭିଡ ନିୟମକୁ ଉଲଂଘନ କରିଥିବାରୁ ସ୍ଥାନୀୟ ଲୋକେ ନେତାଙ୍କ ଗାଡ଼ିକୁ ଅଟକାଇ କୈଫତ ମାଗିଥିଲେ । ଖବରପାଇ ଘଟଣା ସ୍ଥଳରେ ନାମ୍ପୋ ଫାଣ୍ଡି ପୋଲିସ ଉପସ୍ଥିତ ହୋଇଥିଲେ ମଧ୍ୟ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇ ନାହିଁ । ସରକାର ସବୁ ନିୟମ କରୁଛନ୍ତି ସେହି ସରକାର ସବୁ ନିୟମ ଭାଙ୍ଗୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published.