ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର

ପୁରୀ, (ନାଗରାଜ ନ୍ୟୁଜ): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଲାଗୁ ହୋଇଥିବା ସମସ୍ତ କୋଭିଡ କଟକଣା ପ୍ରତ୍ୟାହାର ପରେ, ଦିନ କୁ ଦିନ ଭକ୍ତଙ୍କ ଭିଡ଼ ବଢ଼ିବାରେ ଲାଗିଛି। କିନ୍ତୁ ପ୍ରଚଣ୍ଡ ଖରା ହେଉଥିବା ଯୋଗୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକ ବଡ଼ଦାଣ୍ଡରେ ଧାଡ଼ିରେ ଠିଆ ହୋଇ ଅପେକ୍ଷା କରିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି। ବିଶେଷ କରି ବୟସ୍କ ବ୍ୟକ୍ତି ,ଶିଶୁ ଓ ମହିଳା ମାନଙ୍କ ପ୍ରତି ପ୍ରଚଣ୍ଡ ରୌଦ୍ର ତାପ ଅସହ୍ୟ ହୋଇପଡିଛି। ଏହି ସମସ୍ୟା ପରିଲିକ୍ଷିତ ହେବା ପରେ Association Of Twitter Activists (ATA) ପକ୍ଷରୁ ବେଳାଭୂମି ବ୍ୟବସାୟୀଙ୍କ ସହଯୋଗରେ ଭକ୍ତଙ୍କ ସୁବିଧା ନିମନ୍ତେ ବିଭିନ୍ନ ସ୍ଥାନରେ ଛତା ମାନ ଲଗାଯାଇ ଥିଲା। ଏହା ପରେ ବଡଦାଣ୍ଡର ଅନ୍ୟ କିଛି ବ୍ୟବସାୟୀ ମାନେ ମଧ୍ୟ ଛତାର ବ୍ୟବସ୍ଥା କରିଥିଲା। ଏହି ସମସ୍ୟା କୁ ହୃଦୟଙ୍ଗମ କରି ଆଜି ପ୍ରଶାସନ ତରଫରୁ କାର୍ପେଟ ବିଛା ଯିବା ସହ ପାନୀୟ ଜଳର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ପୁରୀର ମାନନୀୟ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କୁ Association Of Twitter Activists ତରଫରୁ ଧନ୍ୟବାଦ ଦେବା ସହିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଅଗାମୀ ଦିନରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ଭକ୍ତଙ୍କ ସୁବିଧା ନିମନ୍ତେ ଏହି ସୁବ୍ୟବସ୍ଥା କରିବା ଦାବିପତ୍ରରେ ଉଲ୍ଲେଖ ଥିଲା। ଏଥିସହ ଅନ୍ୟ ସ୍ବେଛାସେବୀ ସଂଗଠନର ସହଯୋଗରେ ମଧ୍ୟ ଏହା ଆଗକୁ ଆହୁରି ସୁପରିଚାଳନା କରିହେବ, ସେ ବିଷୟରେ ଆଲୋଚନା କରିଥିଲେ। ଅନୁଷ୍ଠାନର ସଭାପତି ବିସ୍ମୟ ମିଶ୍ର, କୋଷାଧ୍ୟକ୍ଷ ସତ୍ୟନାରାୟଣ ସାହୁ, ସୁଧାଂଶୁ ଜେନା, ମାନସ ରଥ, ନିରାକାର ମହାରଣା,ମାନସ ନାୟକ,ଦେବେନ୍ଦ୍ର ସୁବୁଦ୍ଧି, ଆଦିତ୍ୟ ବାରିକ,ଦେବରାଜ ଦାସ ଓ ସୂର୍ଯ୍ୟକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ପୁରୀରୁ ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ

Leave a Reply

Your email address will not be published.