ନିର୍ବାଚନରେ କୈାଣସି ଇସ୍ତିହାର ଦେବିନି, କେବଳ ଲୋକଙ୍କ‌ ସେବା କରିବି: ସ୍ବାଧୀନ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ରାଉତ

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ପୌର ନିର୍ବାଚନ ହେବାକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ରହିଥିବାବେଳେ ସମସ୍ତ ପ୍ରାର୍ଥୀ ନିଜ ନିଜର ସମର୍ଥକଙ୍କୁ ନେଇ ଜୋରସୋରରେ ପ୍ରଚାର କରିବାରେ ଲାଗିଛନ୍ତି ।‌ ରାଜଗାଙ୍ଗପୁର ସହର ବର୍ତ୍ତମାନ ନିର୍ବାଚନୀ ପ୍ରଚାର ଉଠୁଛି ପଡୁଛି ।‌ ପ୍ରାର୍ଥୀ ମାନେ ନିଜ ନିଜ ଇସ୍ତିହାରେ ବହୁ ପ୍ରକାର ସମସ୍ୟାର ସମାଧାନ କରିବାକୁ ଆଶ୍ଵାସନା ଦେଇ ‌ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା ଚଳାଇଛନ୍ତି । ହେଲେ ପୂର୍ବରୁ ଦୁଇ ଥର ୱାର୍ଡ କାଉନସିଲର, ଥରେ ଉପାଧ୍ୟକ୍ଷ ଏବଂ ଥରେ ଅଧ୍ୟକ୍ଷ ପଦ ହାତେଇଥିବା ସହରର ଜଣେ ପରିଚିତ ଚେହେରା ପୂର୍ଣ୍ଣ ଚନ୍ଦ୍ର ରାଉତ ସ୍ବାଧୀନ ପ୍ରାର୍ଥୀ ଭାବେ ୯ ନମ୍ବର ୱାର୍ଡରୁ କାଉନସିଲର ଏବଂ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ୁଛନ୍ତି। ସେ ପୂର୍ବରୁ ରାଜଗାଙ୍ଗପୁର ସହରବାସୀ ଙ୍କ ପାଇଁ ବହୁ ଜନହିତକର କାର୍ଯ୍ୟ କରିଛନ୍ତି। ସହରବାସୀ ତାଙ୍କୁ ଭଲଭାବରେ ଜାଣିଛନ୍ତି ଏବଂ ତାଙ୍କ ସପକ୍ଷରେ ଅଛନ୍ତି । ତେଣୁ ସେ ଏହି ନିର୍ବାଚନରେ କୈାଣସି ବୃଥା‌ ଇସ୍ତିହାର ଦେବିନି, ସେ କେବଳ ‌ଲୋକଙ୍କ ସେବା କରି ତାଙ୍କ ଦୁଃଖ ସୁଖର ସାଥି ହେବାପାଇଁ ନିଜକୁ ନିୟୋଜିତ କରିବେ ବୋଲି ସେ କହିଛନ୍ତି ।

ସୁନ୍ଦରଗଡ଼ରୁ ଦଶରଥ ପୋଡଙ୍କ ସହିତ ସୁରେସକୁଜୁରଙ୍କ ରିପୋର୍ଟ 

Leave a Reply

Your email address will not be published.