ବେଆଇନ ବାଲି ପରିବହନ ଗାଡିକୁ ଜବତ କଲା ବାଲିଆପାଳ ପୋଲିସ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ବାଲିଆପାଳ ତହସିଲ ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମ ପଞ୍ଚାୟତ ରସଲପୁର, ନୟାବାଲି, ବିଷ୍ଣୁପୁର, ଇକଡପାଳ ଗ୍ରାମ ସୁବର୍ଣ୍ଣରେଖା ନଦୀ କୂଳରେ ଅବସ୍ଥାପିତ । କିନ୍ତୁ ରସଲପୁର ଗ୍ରାମଟି ନଦୀ ଖାଇଯିବା ଫଳରେ ଲୋକେ ବାସହରା ହେଉଛନ୍ତି । ବନ୍ଯା ଆସିଲେ ଏହି ଗ୍ରାମବାସୀଙ୍କ ଦୁଃଖ ବଢିଯାଏ, କିନ୍ତୁ କିଛି ବାଲି ମାଫିଆଙ୍କ ଯୋଗୁଁ ସାଧାରଣ ଲୋକେ ହଇରାଣ ହରକତ ହେଉଛନ୍ତି । ରସଲପୁର ଗ୍ରାମରେ ବାଲି ମାଫିଆଙ୍କ ପାଇଁ ଅଶାନ୍ତି ଧୀରେ ଧୀରେ ବଡି ଚାଲିଛି । ବହୁବାର ଅଭିଯୋଗ କରି ଆସୁଥିଲେ ଗ୍ରାମବାସୀ ତେବେ ଆଜି ସେହି ରସଲପୁର ଗ୍ରାମର ରବିନ୍ଦ୍ର ମାହାଳିକ ବେଆଇନ ବାଲି ପରିବହନ ଟ୍ରାକ୍ଟରଙ୍କୁ ନୟାବାଲି ଠାରେ ବାଲି ବୋଝେଇ କରୁଥିବା ବେଳେ ବାଲିଆପାଳ ତହସିଲ ଓ ବାଲିଆପାଳ ପୋଲିସ୍ ମିଳିତ ସହଯୋଗରେ ବାଲି ବୋଝେଇ ଗାଡିକୁ ଜବତ କରିବା ସହିତ ଡ୍ରାଇଭରଙ୍କୁ ମଧ୍ୟ ଅଟକ କରିଛି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.