ଦାଇତ୍ୱ ଗ୍ରହଣ କଲେ ନବନିର୍ବାଚିତ ସରପଞ୍ଚ ସମୂହ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଦେଉଳା, ପ୍ରତାପପୁର ଗ୍ରାମପଞ୍ଚାୟତରେ ବିଧିବଦ୍ଧ ଭାବରେ ନୂଆକରି ନିର୍ବାଚିତ ହୋଇଥିବା ସରପଞ୍ଚଙ୍କୁ ପୂଜା ଅର୍ଚ୍ଚନା, ସଭା ସମିତି, ନାଚ ଗୀତ ସହିତ ସମ୍ବର୍ଦ୍ଧନା କରି ପାଞ୍ଚବର୍ଷ ପାଇଁ ସରପଞ୍ଚ ଦାଇତ୍ୱ ଗ୍ରହଣ କଲେ l ପ୍ରତାପପୁର ପଂଚାୟତ ସଭାରେ ମୁଖ୍ୟ ଅତିଥି ବାଲିଆପାଳ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ଦାସ, ସରପଞ୍ଚ କସ୍ତୁରୀ ବାଳ ପାତ୍ର, ବ୍ଲକ ସଦସ୍ୟା କାବେରୀରାଣୀ ରାଉତ ଓ ଦେଉଳା ସରପଞ୍ଚ ସରୋଜ ପିଳା, ସମିତି ସଦସ୍ୟା ଦିପ୍ତୀଲି ଦାସ , ପୂର୍ବତନ ଚେୟାରମ୍ୟାନ ବିଜନ ନାୟକ, ଶ୍ରୀରାମପୁର ସରପଞ୍ଚ ଦେବ କୁମାର ଦେ, ସମସ୍ତ ନାଏବ ସରପଞ୍ଚ, ୱାର୍ଡ ମେମ୍ବର ଉପସ୍ଥିତ ଥିଲେ । ମୁଖ୍ୟ ଅତିଥିଙ୍କୁ ସରପଞ୍ଚମାନେ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ସରପଞ୍ଚମାନେ ଫିତାକାଟି ନୂତନ ଭାବରେ ସରପଞ୍ଚ ଦାଇତ୍ୱ ନେଇଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.