ବଡ଼ଦିନରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଭିଡ଼

ଭୁବନେଶ୍ୱର, (ନାଗରାଜ ନ୍ୟୁଜ ): ଆଜି ହେଉଛି ବଡ଼ଦିନ । ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସକୁ ବଡ଼ଦିନ ଭାବେ ପାଳନ କରାଯାଏ । ଏହି ଅବସରରେ ସମସ୍ତ ଖ୍ରୀଷ୍ଟଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଅନ୍ୟପଟେ ଆଜି ବଡ଼ଦିନ ହେତୁ ନନ୍ଦନକାନନରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା । କିଏ ନିଜ ପରିବାର ସହତ ଅନ୍ୟ କିଏ ସାଙ୍ଗ ସାଥିଙ୍କ ମେଳରେ କୋଭିଡ ନିୟମ ମାନି ନନ୍ଦନକାନନରେ ବୁଲି ଭରପୂର ମଜା ଉଠାଇଥିଲେ । ତେବେ ରାଜ୍ୟ ଉଦ୍ଭିଦ ଉଦ୍ୟାନ ୧୦୪୯ ଖଣ୍ଡ ଟିକେଟ ବିକ୍ରୀ, ରାଜସ୍ୱ ଆଦାୟ ୩୮୮୦୦ ଟଙ୍କା ଓ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୨୦୦୧୩ ଖଣ୍ଡ ଟିକେଟ ବିକ୍ରୀ ହୋଇଥିବାର ସୂଚନା ମିଳିଛି ।

Leave a Reply

Your email address will not be published.