ତୁଳସୀ ପୂଜା ପାଳିତ

ଖପ୍ରାଖୋଲ, (ନାଗରାଜ ନ୍ୟୁଜ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଗଞ୍ଜାଉଡ଼ା ଏବଂ ଖପ୍ରାଖୋଲ ବ୍ଲକ ବୟଲସାଗର ଓ ମହୁରୁଣ୍ଡି ଗାଁରେ ପୂଜ୍ୟ ସନ୍ତ ଶ୍ରୀ ଆଶାରାମଜି ବାପୁଙ୍କ ପ୍ରେରଣାରେ ୨୦୧୪ ମସିହାରୁ ତୁଳସୀ ପୂଜା ପାଳିତ ହୋଇଆସୁଛି । ମା’ ତୁଳସୀଙ୍କ ଏହି ପୂଜା ଡିସେମ୍ବର ୨୫ ତାରିଖ ଦିନ କରାଯାଇଥାଏ । ହରିଓଁ ସାଧକ ଭାଇଙ୍କ ଦ୍ୱାରା ତୁଳସୀ ପୂଜା ପାଳିତ ହୋଇଥାଏ ଏବଂ ଭଗବାନଙ୍କୁ ଗୁହାରି ମଧ୍ୟ କରିଯାଇଥାଏ । ତୁଳସୀ ପତ୍ର ଖାଇଲେ ବହୁତ ପ୍ରକାର ରୋଗ ଦୂର ହୋଇଥାଏ ବୋଲି ପୂଜ୍ୟ ସନ୍ତ ଶ୍ରୀ ଆଶାରାମଜି ବାପୁ ଏବଂ ହରିଓଁ ସାଧକ ଭାଇ କହିଛନ୍ତି ।

Leave a Reply

Your email address will not be published.