ପୁଣି ଲାଗୁ ହେବ ୩ କୃଷି ଆଇନ !

ନୂଆଦିଲ୍ଲୀ,(ନାଗରାଜ ନ୍ୟୁଜ) : ପୁଣି ଲାଗୁ ହୋଇପାରେ କୃଷି ଆଇନ । ଏବେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଥିବା କଥାକୁ ନେଇ ପୁଣି ଥରେ କୃଷି ଆଇନ ଆସିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ମହରାଷ୍ଟ୍ରରେ ଏକ ସଭାରେ ଯୋଗ ଦେଇ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ଆମେ କୃଷି ସଂଶୋଧନ ଆଇନ ଆଣିଲୁ । କିନ୍ତୁ କିଛି ଲୋକ ଏହି ନିୟମକୁ ପସନ୍ଦ କଲେ ନାହିଁ । ଏହା ସ୍ୱାଧୀନତାର ୭୦ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ବଡ଼ ପରିବର୍ତ୍ତନ ଆଣିଥାନ୍ତା । କିନ୍ତୁ ସରକାର ନିରାଶ ହୋଇନାହାନ୍ତି । ଆମେ ଗୋଟିଏ ପାଦ ପଛକୁ ଯାଇଛୁ । କିନ୍ତୁ ଆମେ ପୁନର୍ବାର ଆଗକୁ ବଢ଼ିବୁ କାରଣ କୃଷକମାନେ ହେଉଛନ୍ତି ଭାରତର ମେରୁଦଣ୍ଡ । ତାଙ୍କର ଏଭଳି ବୟାନ ପରେ କେନ୍ଦ୍ର ସରକାର ପୁଣି ଥରେ କୃଷି ଆଇନ ଆଣିବାକୁ ଯୋଜନା କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published.