ଶୋପିଆନ୍ ରେ ହୋଇଥିବା ଏନକାଉଣ୍ଟରରେ ୨ଜଣ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଶୋପିଆନ୍ ଠାରେ ହୋଇଥିବା ଏକ ଏନକାଉଣ୍ଟରରେ ଦୁଇ ଜଣ ଲଶ୍କର-ଇ-ତାଇବା ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି । ପୋଲିସର ସୂଚନାନୁସାରେ, ଶୋପିଆର ଚାଓଗାମ ଅଞ୍ଚଳରେ ଶନିବାର ଦିନ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ପୋଲିସ ଦ୍ୱାରା ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଜଡ଼ିତ ସାମଗ୍ରୀ ଜବତ ହୋଇଛି । ତେବେ ବର୍ତ୍ତମାନ ସର୍ଚ୍ଚ ଅପରେସନ୍ ଚାଲିଥିବା ସୂଚନା ମିଳିଛି । ନିକଟରେ ଅନ୍ୟ ଜଣେ ଆତଙ୍କବାଦୀ ଯୋଗ ଦେଇଥିଲେ । ଏନେଇ ଆଇଜିପି କାଶ୍ମୀର ବିଜୟ କୁମାର ସୂଚନା ଦେଇଛନ୍ତି ।

Leave a Reply

Your email address will not be published.