କଟକ ସିଭିଲ କୋର୍ଟ କମ୍ପ୍ଲେକ୍ସ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା

କଟକ, (ନାଗରାଜ ନ୍ୟୁଜ): ମାଇକ୍ରୋ କଣ୍ଟେନମେଣ୍ଟ ହେଲା କଟକ ସିଭିଲ କୋର୍ଟ କମ୍ପ୍ଲେକ୍ସ । ୩୯ ଜଣ ପଜିଟିଭ ଚିହ୍ନଟ ହେଲା ପରେ ଆଜି(ଶୁକ୍ରବାର) କୋର୍ଟକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛି କଟକ ମହାନଗର ନିଗମ । କମ୍ପ୍ଲେକ୍ସର ସମସ୍ତ ଗେଟକୁ ସିଏମସି ଟିମ ତାଲା ପକାଇଛି ।ତେବେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଏହାସହ ଜରୁରୀକାଳୀନ ସେବା ପାଇଁ ସିଏମସି ପକ୍ଷରୁ ଗଠନ ହୋଇଛି ଟିମ । ତେବେ ଦିନକୁ ଦିନ କଟକରେ ପଜିଟିଭ ରେଟ ବଢୁଥିବାରୁ ଅନେକ ସ୍ଥାନକୁ କଣ୍ଟେନମେଣ୍ଟ କରାଯାଇଥିବା ଚିତ୍ର ସାମ୍ନାକୁ ଆସିଲାଣି । ତେବେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

ଏହାସହ ଜରୁରୀକାଳୀନ ସେବା ପାଇଁ ସିଏମସି ପକ୍ଷରୁ ଗଠନ ହୋଇଛି ଟିମ।ଏହାରି ମଧ୍ୟରେ ଶୁକ୍ରବାର ରାଜ୍ୟରେ ୧୦ ହଜାର ଟପିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ପୁଣି ୧୦ ହଜାର ୨୭୩ କୋରୋନା ପଜିଟିଭ ଚିହ୍ନଟ ହେଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୦୬୫ କିଶୋର କିଶୋରୀ ରହିଥିବା ବେଳେ ୫୯୬୨ କ୍ବାରେଣ୍ଟାଇନ ସେଣ୍ଟର ଓ ୪୩୧୧ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଆଜି ୪ ଜଣଙ୍କ ଜୀବନ ନେଇଛି କୋରୋନା ।

Leave a Reply

Your email address will not be published.