ପ୍ରକାଶ ପାଇଲା ଚଳିତବର୍ଷର ପ୍ରଥମ ଗଳ୍ପ ପ୍ରତିଯୋଗିତାର ଫଳାଫଳ

ବାଲେଶ୍ଵର, (ନାଗରାଜ ନ୍ୟୁଜ ): ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗତ ୨୦୧୯ ମସିହାରେ ଗଢିଉଠିଥିଲା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵର । ଯାହାର ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା । ଏହା ୨୦୨୦ ମସିହାରେ ସରକାରଙ୍କ ନିକଟରେ ପଞ୍ଜିକୃତ ହୋଇଛି । ଗଦ୍ୟ ସାହିତ୍ୟର ଉନ୍ନତି ନିମନ୍ତେ ଏହା ପ୍ରତିଷ୍ଠିତ । ସୁତରାଂ ସମସ୍ତଙ୍କ ପାଇଁ ଏହା ଏକ ଶିକ୍ଷାର ଅନୁଷ୍ଠାନ କହିଲେ ଅତୁ୍ୟକ୍ତି ହେବନାହିଁ । ନୂତନ ଓ ପୁରାତନ କବି, କବୟିତ୍ରୀ, ଲେଖକ ଓ ଲେଖିକା ମାନଙ୍କୁ ଖୋଜି ଆଣି ଅନୁଷ୍ଠାନରେ ସ୍ଥାନ ଦେଇ ସେମାନଙ୍କ ସାହିତ୍ୟ ବିକାଶ କ୍ଷେତ୍ରରେ ସହାୟକ ହୋଇଥାଏ ଏହି ମୋ ଅନୁଷ୍ଠାନ । ସାପ୍ତାହିକ, ପାକ୍ଷିକ, ମାସିକ, ମେଧାଅନ୍ବେଷଣ ଓ ଓଡ଼ିଶାରେ ପ୍ରଚଳିତ ପର୍ବପର୍ବାଣୀକୁ ଆଧାରକରି ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ୟ୍ୟକ୍ରମ ଆରମ୍ଭ କରି ନୂତନ ଓ ପୁରାତନ ମାନଙ୍କୁ ଶିକ୍ଷା ଦେଇ ସାହିତ୍ୟ ଜ୍ଞାନ ବୃଦ୍ଧି ନିମନ୍ତେ ପ୍ରେରଣା ଯୋଗାଇଥାଏ । ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ ପାକ୍ଷିକ ଗଳ୍ପ ଓ ପ୍ରବନ୍ଧ ଆରମ୍ଭ ହୋଇଛି । ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରଶାନ୍ତ ନାଥ, ରଞ୍ଜୁଲତା ପାଢ଼ୀ, ରଶ୍ମିତା ପାତ୍ର, ବୀରକିଶୋର ନାୟକ, ଭାରତୀ ସାହୁ, ଇତିଶ୍ରୀ ରାଉତ, ପ୍ରିୟମ୍ବଦା ରାଉତ, ସରୋଜିନୀ ଜେନା, ସଂଯୁକ୍ତା ସାହୁ, ଅର୍ପିତା ମଲ୍ଲିକ, ଯାଜ୍ଞସେନୀ ପଣ୍ଡା, ଦିପ୍ତୀମୟୀ ଜେନା, ସରସ୍ୱତୀ ପଣ୍ଡା ଓ ରଞ୍ଜିତା ସାହୁ ପ୍ରମୁଖ ମୋଟ ୧୪ ଜଣ ସାହିତ୍ୟ ସାଧକ/ସାଧିକାମାନେ ଯୋଗଦେଇ ଦିଆଯାଇଥିବା ପ୍ରସଙ୍ଗ ଗଳ୍ପ- ” ହଜିଗଲା ସ୍ୱପ୍ନ ” କୁ ନେଇ ବହୁତ ସୁନ୍ଦର ରଚନା କରିଥିଲେ ।

ଏହି ପବିତ୍ର ମକର ସଂକ୍ରାନ୍ତିରେ ପବିତ୍ର ମନ, ହୃଦୟ, ଭାବନା ଓ ସୁଚିନ୍ତାଧାରାକୁ ଧ୍ୟାନ ଦେଇ ଅନୁଷ୍ଠାନର ମୁଖ୍ୟ ସମୀକ୍ଷକ ନାରାୟଣ ଚନ୍ଦ୍ର ସେନାପତିଙ୍କ ସମୀକ୍ଷାର ଫଳାଫଳ ବେଶ୍ ଆନନ୍ଦ ଭରିଦେଇଛି ସମସ୍ତଙ୍କ ମନରେ । ଯାହାର ଫଳାଫଳ ପ୍ରକାଶ ପାଇଛି । ଯେଉଁଥିରେ ରଞ୍ଜୁଲତା ପାଢୀ, ରାଉରକେଲା, ସୁନ୍ଦରଗଡ ପ୍ରଥମ ସ୍ଥାନ, ପ୍ରଶାନ୍ତ କୁମାର ନାଥ, ଯାଜପୁର ଦ୍ୱିତୀୟ ସ୍ଥାନ ଓ ଭାରତୀ ସାହୁ, ଯାଜପୁର ତୃତୀୟ ସ୍ଥାନ ଅଧିକାର କରି ଅନୁଷ୍ଠାନର ଶୋଭାବର୍ଦ୍ଧନ କରିଛନ୍ତି । ଏହି ଫଳାଫଳରେ ଖୁସି ହୋଇ ପବିତ୍ର ମକର ସଂକ୍ରାନ୍ତି ଏବଂ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ନିଜର ଜନ୍ମଦିନ(ସାର୍ଟିଫିକେଟ)ଉପଲକ୍ଷେ ସମସ୍ତ ୧୪ ଜଣ ପ୍ରତିଯୋଗୀଙ୍କୁ ୭୦୦ ଟଙ୍କାର ମିଷ୍ଟାନ୍ନ ବଣ୍ଟନ କରିଛନ୍ତି । ଏବଂ ସମସ୍ତଙ୍କ ସାହିତ୍ୟ ଚଲାପଥ କୁସୁମିତ ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Leave a Reply

Your email address will not be published.