ନିରାଡ଼ବମ୍ୱର ଭାବରେ ପାଳିତ ହୋଇଛି ପାଣ୍ଡବଘେରା ମକର ମେଳା

ବାଲେଶ୍ଵର,(ନାଗରାଜ ନ୍ୟୁଜ ): ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଅନ୍ତର୍ଗତ ଅଘିରପଦା ଗ୍ରାମପଞ୍ଚାୟତର ଚିଞ୍ଚିଡ଼ା ଗ୍ରାମରେ ରହିଛି ଦେବଗିରି ପାହାଡ଼ । ଏହି ପାହାଡ଼ ଉପରେ ରହିଛି ପାଣ୍ଡବଘେରା । ମକର ସଂକ୍ରାନ୍ତି ଦିନ ରାଜ୍ୟର ଅନେକ ଜିଲ୍ଲାରୁ ହଜାର ହଜାର ଶ୍ରଦ୍ଧାଳୁ ମାନେ ଆସିଥାନ୍ତି । କିନ୍ତୁ ଚଳିତବର୍ଷ କରୋନା ମହାମାରୀ ଏବଂ ଓମିକ୍ରନ୍ ସଂକ୍ରାମଣକୁ ଆଖି ଆଗରେ ରଖି ଔପଦା ପୋଲିସ୍ ଓ ଫରେଷ୍ଟରଙ୍କ ସମେତ ପାଣ୍ଡବଘେରା ସଦାଚାର ସମିତି ମିଳିତ ଭାବେ ଉଦ୍ୟମ କରି ଦୋକାନ ବଜାର ବନ୍ଦ ରଖିବା ସହ ଖୁବ୍ କମ୍ ସଂଖ୍ୟକ ଶ୍ରଦ୍ଧାଳୁ ଏବଂ ଭକ୍ତଙ୍କୁ ନେଇ ମକର ମେଳା ଅନୁଷ୍ଠିତ ହୋଇଯାଇଛି । ଏଠାରେ ବହୁ ପୁରାତନ ପଞ୍ଚୁପାଣ୍ଡବଙ୍କ କିମ୍ବଦନ୍ତୀ ରହିଛି । ଶୁଣାଯାଏଯେ, ପାଣ୍ଡବ ମାନେ ଅଜ୍ଞାତ ବନବାସ ସମୟରେ ଏଠାରେ ବାସକରି ଥିବାର ପାଠ ଶାଳା, ପେଜଢ଼ଳା, ପୋଡ଼ପିଠା ଓ ଦୌପଦୀଙ୍କ ଶୟନ କକ୍ଷରୁ ସ୍ପଷ୍ଟ ସୂଚନା ମିଳେ । ସେହିପରି ପାହାଡ଼ର ଶୀର୍ଷ ସ୍ଥାନରେ ଜଗନ୍ନାଥଙ୍କର ଏକ ଛୋଟ ମନ୍ଦିର ରହିଛି ।ହେଲେ ପାନୀୟ ଜଳର ସମସ୍ୟା ଓ ଯାତାୟାତର ବ୍ୟବସ୍ଥା ନଥିବାରୁ ଆସୁଥିବା ଶ୍ରଦ୍ଧାଳୁ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ପାଣ୍ଡବଘେରା ସଦାଚାର ସମିତିର ସଦସ୍ୟମାନେ ମତ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.