ସାର୍ବଜନୀନ କପିଳ ମୁନି ପୂଜା କମିଟି ତରଫରୁ ଭଜନ ସନ୍ଧ୍ୟା ଓ ପାଲା କାର୍ଯ୍ୟକ୍ରମ ଅନୁଷ୍ଠିତ

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ଡାଲଙ୍ଗ ଗ୍ରାମରେ ମା’ ଦକ୍ଷିଣ ଚଣ୍ଡୀ ମୁନି ପଡ଼ିଆଠାରେ ସାର୍ବଜନୀନ କପିଳ ମୁନି ପୂଜା କମିଟି ତରଫରୁ ଭଜନ ସଧ୍ୟା ଓ ମେଲୋଡି କାର୍ଯ୍ୟକ୍ରମ ୨୩ ବର୍ଷ ଧରି ଚାଲୁ ଆସୁଛି । ଏହାସହିତ ସନ୍ଧ୍ୟା ୬ଟା ସମୟରେ ପାଲା ଆରମ୍ଭ ହୋଇଥିଲା । ରାତି ୮ଟା ସମୟରେ ଭଜନ ସଧ୍ୟା ଆରମ୍ଭ ହୋଇଥିଲା । ସାର୍ବଜନୀନ କପିଳ ମୁନି ପୂଜା କମିଟି ସହ ଯୋଗି ମାଧ୍ୟମରେ ପାଲା ଓ ଭଜନ ସଧ୍ୟା ଏବଂ ମା’ଙ୍କର ଆଳତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଭଜନ ସନ୍ଧ୍ୟା ଓ ପାଲା କାର୍ଯ୍ୟକ୍ରମ ଦେଖିବା ପାଇଁ ପ୍ରାୟ ୩୦୦ ରୁ ୫୦୦ ଭିତରେ ଦର୍ଶକଙ୍କ ଭିଡ଼ ଥିବାର ଦେଖିବାକୁ ମିଳିଥିଲା । ବିଳମ୍ବିତ ରାତି ଯାଏ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଚାଲିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published.