ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ରହିଛି କଟକ କମିଶନରେଟ ପୋଲିସ

କଟକ, (ନାଗରାଜ ନ୍ୟୁଜ): ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ରହିଛି କଟକ କମିଶନରେଟ ପୋଲିସ। ପେଶାଦାର ଅପରାଧୀଙ୍କ ଉପରେ କଡ଼ା ନଜର ରଖାଯାଇଛି। ପୂର୍ବରୁ ଅପରାଧିକ ମାମଲାରେ ସାମିଲ ଥିବା ଅପରାଧୀଙ୍କ ଲିଷ୍ଟ ତିଆରି ହୋଇଛି। ଏଥିପାଇଁ ସ୍ଵତନ୍ତ୍ର ବ୍ଲୁ ପ୍ରିଣ୍ଟ ତିଆରି ହୋଇଛ। ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଧାରୀଙ୍କୁ ନିଜର ନିକଟସ୍ଥ ଥାନାରେ ବନ୍ଧୁକ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ବେଆଇନ ନିଶା କାରବାର ଓ ଅପରାଧିକ କାର୍ୟ୍ୟକଳାପ ଉପରେ ତୀକ୍ଷଣ ନଜର ରଖାଯାଇଛି ।

ତେବେ ଏହି ସବୁ କାର୍ୟ୍ୟକଳାପ ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ପ୍ରାର୍ଥୀପତ୍ର କେନ୍ଦ୍ରରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। କୋଭିଡ ଗାଇଡଲାଇନ ସହ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପାଳନ କରି ପ୍ରାର୍ଥୀପତ୍ର ଦାଖଲ କରିବେ ସବୁ ଦଳର ପ୍ରାର୍ଥୀ। ଶୋଭାଯାତ୍ରା ପାଇଁ ନିକଟସ୍ଥ ଥାନାରୁ ଅନୁମତି ନେବାକୁ ପଡ଼ିବ ବୋଲି ସୂଚନା ଦେଲେ କଟକ ଡିସିପି ପ୍ରତୀକ ସିଂ ।

Leave a Reply

Your email address will not be published.