ଋଷ ଏକ ଆତଙ୍କବାଦୀ ରାଷ୍ଟ୍ର ବୋଲି କହିଲେ ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ୟୁକ୍ରେନର ଜାପୋରିଜିଆ ଆଣବିକ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ ପରେ ରାଷ୍ଟ୍ରପତି ଜେଲେନସ୍କି ଶୁକ୍ରବାର ଦିନ ୟୁରୋପକୁ ଜାଗ୍ରତ ହେବାକୁ ଆହ୍ୱାନ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତିଯେ, ପରମାଣୁ ଆତଙ୍କବାଦ କରୁଥିବା ଋଷ ଏକ ଆତଙ୍କବାଦୀ ରାଷ୍ଟ୍ର । ସେ କହିଛନ୍ତି,’ୟରୋପ’ ବର୍ତ୍ତମାନ ଜାଗ୍ରତ ହେବା ଆବଶ୍ୟକ । ୟୁରୋପର ସବୁଠାରୁ ବଡ଼ ଆଣବିକ ଷ୍ଟେସନରେ ନିଆଁ ଲାଗିଛି । ବର୍ତ୍ତମାନ ଋଷର ଟ୍ୟାଙ୍କଗୁଡ଼ିକ ଆଣବିକ ୟୁନିଟ୍ ଉପରେ ଗୁଳି ଚଳାଇଛନ୍ତି । ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, “ମୁଁ ସମସ୍ତ ୟୁକ୍ରେନ ଏବଂ ସମସ୍ତ ଇଉରୋପୀୟମାନଙ୍କୁ ସମ୍ବୋଧନ କରୁଛି । ଯେଉଁମାନେ ଚେର୍ନୋବିଲ ଶବ୍ଦ ଜାଣିଛନ୍ତି । ଯେଉଁମାନେ ପରମାଣୁ ଷ୍ଟେସନରେ ବିସ୍ଫୋରଣ ଯୋଗୁଁ କେତେ କ୍ଷୟକ୍ଷତି ହୋଇଛି ତାହା ଜାଣିଛନ୍ତି । ଏହାଏକ ବିଶ୍ୱ ବିପର୍ଯ୍ୟୟ । ଋଷ ଏହାକୁ ପୁନରାବୃତ୍ତି କରିବାକୁ ଚାହୁଁଛି ଯାହାକି ୬ଗୁଣା ଅଧିକ କଠିନ ହେବ । ସେ କହିଛନ୍ତିଯେ, ଆମେ ସମସ୍ତଙ୍କୁ ସତର୍କ କରାଉଛୁଯେ, କୌଣସି ଦେଶ ପରମାଣୁ ବିଦୁ୍ୟତ ଉତ୍ପାଦନ କେନ୍ଦ୍ର ଉପରେ ଗୁଳି ଚଳାଇନାହାଁନ୍ତି ।

Leave a Reply

Your email address will not be published.