କଟକ କମିଶନରେଟ ପୋଲିସକୁ ମିଳିଛି ବଡ଼ ସଫଳତା, ୩୨ଟି ଚୋରା ମୋଟର ସାଇକେଲ ଜବତ

କଟକ, (ନାଗରାଜ ନ୍ଯୁଜ): କଟକ କମିଶନରେଟ ପୋଲିସକୁ ମିଳିଛି ବଡ଼ ସଫଳତା । ୩୨ଟି ଚୋରା ମୋଟର ସାଇକେଲ ଜବତ କରିଛି । ଏହି ଚୋରା ରାକେଟରେ ସଂପୃକ୍ତ ଥିବା ୯ ଜଣ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି । ୨୦୨୧ ମସିହାରେ ଅଦ୍ୟାବଧି ୧୫୭ଟି ଚୋରା ମୋଟର ସାଇକେଲ ଜବତ କରିଛି କମିଶନରେଟ ପୋଲିସ । କଟକ ଡିସିପିଙ୍କ କାର୍ଯ୍ୟାଳୟରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ସୂଚନା ଦେଇଛନ୍ତି । ଜୁଲାଇ ୩୧ ତାରିଖ ସୁଦ୍ଧା କଟକ ସହରରେ ୧୩୬ଟି ମୋଟର ସାଇକେଲ ଚୋରିର ମାମଲା ବିଭିନ୍ନ ଥାନାରେ ହୋଇଛି ।

ଜବତ ହୋଇଥିବା ଚୋରା ଗାଡି ମଧ୍ୟରୁ ଦୁଇଟି ଗାଡ଼ିରେ ପ୍ରେସ ଲେଖାଥିବା ଦେଖିବାକୁ ମିଳିଛି । ଗଣମାଧ୍ୟମକୁ ଢାଲ କରି ବହୁ ବ୍ୟକ୍ତି କଟକ ଭୁବନେଶ୍ୱର ଅପରାଧିକ କାର୍ଯ୍ୟ କଳାପରେ ଲିପ୍ତ ରହୁଥିବା କଥା ସମ୍ନାକୁ ଆସିଥିବା କହିଛନ୍ତି ପୋଲିସ କମିଶନର । ଏଭଳି ବ୍ୟକ୍ତିଙ୍କ ଉପରେ କଡା ନଜର ରଖିଛି ପୋଲିସ । ଗାଡିରେ ପ୍ରେସ ଲେଖି ବୁଲୁଥିବା ବ୍ୟକ୍ତିଙ୍କୁ ପୋଲିସ ଯାଞ୍ଚ କରିବ ବୋଲି କମିଶନର କହିଛନ୍ତି। ତେବେ ଏଥିପାଇଁ ଗଣମାଧ୍ୟମର ସହଯୋଗ ଆବଶ୍ୟକ କରିଛନ୍ତି ପୋଲିସ କମିଶନର ।

କଟକରୁ ଭରତ ମହାରଣାଙ୍କ ରିପୋର୍ଟ ନାଗରାଜ ନ୍ଯୁଜ

Leave a Reply

Your email address will not be published.