ବାଲିଆପାଳ ବ୍ଲକରେ ବାତ୍ୟା ୟାସର ତାଣ୍ଡବ

ବାଲେଶ୍ଵର: ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅଞ୍ଚଳରେ ବାତ୍ୟା ୟସର ତାଣ୍ଡବ ଲୀଳା ଆରମ୍ଭ ହୋଇଛି । ଏହାର ପ୍ରଭାବରେ ବ୍ଲକର ଡଗରା, ନାଭଡା ଓ ଚୌମୁଖ ଗାଁ ସମେତ ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି ୟାସର ତାଣ୍ଡବ ନୃତ୍ୟ ।

। ପ୍ରବଳ ବର୍ଷା ଓ ପବନରେ ଭାଙ୍ଗି ପଡିଛି ଗଛ,ନଷ୍ଟ ହୋଇଛି ବାସଗୃହ । ରାସ୍ତାଘାଟ ହୋଇଛି ଜଳମଗ୍ନ । ଆହୁରି ଭୟଙ୍କର ରୂପ ନେଉଛି ବାତ୍ଯା ୟାସ୍ । ଲୋକମାନେ ଭୟଭୀତ ଅବସ୍ଥାରେ ଘରେ ରହିଛନ୍ତି । ପ୍ରଶାସନ ତରଫରୁ ୭ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ବାତ୍ଯା ଆଶ୍ରୟସ୍ଥଳୀରେ ରଖାଯାଇଛି । ବିଦ୍ଯୁତ୍ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିଛି । ନିକଟସ୍ଥ ସୁବର୍ଣ୍ଣରେଖା ନଦୀ ଜଳରେ ଆମ୍ବଚୁଆ ହାଟ ଓ ଚୌମୁଖ ଗାଁ ଜଳମଗ୍ନ ହୋଇଛି । ବାତ୍ଯାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ବିଭାଗ ପ୍ରସ୍ତୁତ ଥିବା ଜଣାପଡିଛି । ଏଥିସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାତ୍ଯା ୟାସ୍ କ୍ଷତି କରିଚାଲିଛି । ସବୁଠାରୁ ବେଶି କ୍ଷତି କରି ଚାଲିଛି ସମୁଦ୍ର ଉପକୂଳବର୍ତ୍ତି ଅଞ୍ଚଳରେ । ସମଗ୍ର ବାଲେଶ୍ବର ଜିଲ୍ଲାର ୧୨ଟି ଯାକ ବ୍ଲକରେ ବାତ୍ଯା ୟାସର ପ୍ରଭାବ ଜାରି ରହିଛି ।

         ବାଲେଶ୍ୱର ରୁ ନରେନ୍ଦ୍ର ପ୍ରସାଦ ଙ୍କ ରିପୋର୍ଟ

 

Leave a Reply

Your email address will not be published.