୩୫ ଜୀବନ ନେଲା ମହାମାରୀ

ଭୂବନେଶ୍ବର: ରାଜ୍ୟରେ କରୋନା ମହାମାରୀ ଥମିବାର ନା ଧରୁନି । ଦିନ ପ୍ରତିଦିନ ଘାତକ ସାବସ୍ତ୍ୟ ହେଉଛି । ବିପତ୍ତି ଉପରେ ମହାବିପତ୍ତି ପଡିଲା ଭଳି ପରିସ୍ଥିତି ଉଭା ହୋଇଛି । କରୋନାର କହର ରାଜ୍ୟରେ ଜାରି ରହିଛି । ମୃତ୍ୟୁ ସଂଖ୍ୟା ମଧ୍ୟ ସର୍ବାଧିକ ଭାବେ ଦୈନିକ ବଢୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୫ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୫୮୪ କୁ ବୃଦ୍ଧି ପାଇଛି।

ମୃତକଙ୍କ ମଧ୍ୟରୁ ଅନୁଗୁଳ ଓ ଖୋର୍ଦ୍ଧାରୁ ୫ ଜଣ , ନବରଙ୍ଗପୁର ଓ ସୁନ୍ଦରଗଡରୁ ୪ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ସେହିଭଳି କେନ୍ଦ୍ରାପଡାରୁ ୩ ଜଣ, କଳାହାଣ୍ଡି, ଝାରସୁଗୁଡା, କୋରାପୁଟରୁ ୨ ଜଣ ଲେଖାଏଁ ମୃତ୍ୟୁ ହୋଇଛି ।

ଅନ୍ୟପଟେ ଭଦ୍ରକ, କଟକ, ବୌଦ୍ଧ, ଜଗତସିଂହପୁର, ନୟାଗଡ, ରାୟଗଡା ଓ ଗଞ୍ଜାମରୁ ଜଣେ ଲେଖାଏଁ କରୋନାରେ ଜୀବନ ହରାଇଛନ୍ତି ।

Leave a Reply

Your email address will not be published.