ତାଣ୍ଡବ ରଚିଲାଣି ୟାସ, ଜଣେ ମୃତ

ବାଲେଶ୍ଵର: ସାମୁଦ୍ରିକ ଝଡ ୟାସର ପ୍ରଭାବ ଆରମ୍ଭ ହୋଇସାରିଛି । ଭୟଙ୍କର ରୂପ ନେଇ ୟାସ ମାଡି ଆସୁଥିବାବେଳେ ଧାମରାରେ ଲ୍ୟାଣ୍ଡଫଲ୍ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ମଧ୍ୟାହ୍ନରେ ଧାମରା ସ୍ଥଳଭାଗ ଅର୍ଥାତ ଲ୍ୟାଣ୍ଡଫଲ କରିବା ବୋଲି ବିଭାଗ ପୂର୍ବାନୁମାନ କରିଛି ।

ସେପଟେ କେନ୍ଦୁଝରରେ ୟାସ୍ ପ୍ରଭାବରେ ଗଛ ଉପୁଡି ଜଣଙ୍କର ମୃତ୍ୟୁ ଘଟିଛି । କେନ୍ଦୁଝର ଆନନ୍ଦପୁରରେ ଘଟିଥିବା ମୃତ୍ୟୁ ଖବର ୟାସ୍ ପ୍ରଭାବରେ ପ୍ରଥମ ମୃତ୍ୟୁ ବୋଲି ଜଣାପଡିଛି ।

ପଶ୍ଚିମବଙ୍ଗରେ ପ୍ରାୟ ୨ ଜଣଙ୍କ ଜୀବନ ଗଲାଣି । ଏହାସହ ବାତ୍ୟାକୁ ଦୃଷ୍ଟିରେ ରଖି ବିମାନ ବନ୍ଦରରେ ବିମାନ ଉଡ଼ାଣକୁ ବାତିଲ କରାଯାଇଛି । ପଶ୍ଚିମବଙ୍ଗ ସରକାର ବିପଦପୂର୍ଣ୍ଣ ଅଞ୍ଚଳରୁ ଲକ୍ଷ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି । ଓଡିଶା ଏବଂ ପଶ୍ଚିମବଙ୍ଗ ପାଇଁ ଏକ ‘ରେଡ୍ ଆଲର୍ଟ ଜାରି କରାଯାଇଛି ।

ସୂଚନାଯୋଗ୍ୟ, ଉପକୂଳବର୍ତ୍ତୀ ଅଞ୍ଚଳରେ ଦୁଇରୁ ଚାରି ମିଟରର ଜୁଆର ଉଠିବା ସହ ବାତ୍ୟା ଯେତେବେଳେ ସ୍ଥଳଭାଗ ଛୁଇଁବ ସେତେବେଳେ ପବନ ବେଗ ପ୍ରାୟ ୧୩୦ରୁ ୧୪୦ କିମିକୁ ଖସିବ ବୋଲି ଆକଳନ କରାଯାଇଛି ।

Leave a Reply

Your email address will not be published.