ରାତି ଅଧରେ ଆଗରପଡା ପୋଲିସର ଦବଙ୍ଗଗିରି

ଖଇରା,(ନାଗରାଜ ନ୍ୟୁଜ): ରାତି ଅଧରେ ଭଦ୍ରକ ଜିଲ୍ଲା ଆଗରପଡା ଥାନା ପୋଲିସର ଦବଙ୍ଗ ଗିରି । ରାତି ୨ ଟା ସମୟରେ କବାଟ ଭାଙ୍ଗି ଜଣେ ବ୍ୟକ୍ତିକୁ ଭିଡ଼ି ନେଇ ବିଲ ମଝିରେ ନିସ୍ତୁକ ମାଡ଼ ମାରି ପକେଇ ଦେଇଗଲେ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଅନ୍ତରା ପଞ୍ଚାୟତ ନୂଆ ଗ୍ରାମରେ । ଆଗରପଡା ପୋଲିସ ମାଡ଼ରେ କ୍ଷତାକ୍ତ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ନୂଆ ଗ୍ରାମର କାଳନ୍ଦୀ ଯେନା । ଏନେଇ ଆଗରପଡା ପୋଲିସ ଉପରେ ସିମୁଳିଆ ଥାନାରେ ଲିଖିତ ଏତଲା ଦେଇଛନ୍ତି ନୂଆ ଗ୍ରାମର କାଳନ୍ଦୀ ଯେନା । ପୋଲିସ ବିଭାଗରେ ଏତେ ସ୍ୱଚ୍ଛତା ଆସିବା ପରେ ବି ବଦଳୁ ନାହିଁ କାହିଁକି ପୋଲିସର ମାନସିକତା ? ବିଭିନ୍ନ ସ୍ଥାନରେ ପୋଲିସର ଏତାଦୃଶ କାର୍ଯ୍ୟରେ ଶିକାର ହେଉଛନ୍ତି ଅନେକ ନିରୀହ ଲୋକ। ସୂଚନାରୁ ଜଣାଯାଏ ଗତ ୨୮ ତାରିଖ ରାତିରେ ହଠାତ୍ କବାଟ ବଡ଼େଇବା ସହିତ କବାଟ ଭାଙ୍ଗି ଆଗରପଡା ପୋଲିସ କେହି ଜଣେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଖୋଜିବା ଆଳରେ କାଳନ୍ଦୀ ଯେନାକୁ ତାଙ୍କ ଶଶୁର ଘର ଦେଖେଇବାକୁ କହି ଘରୁ ଜୋର ଜବରଦସ୍ତ ଭିଡ଼ି ନେବା ସହିତ ବିଭିନ୍ନ ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲେ କାଳନ୍ଦୀଙ୍କ ସ୍ତ୍ରୀ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଅଶ୍ଳୀଳ ଭାଷାରେ ଗାଳି ଗୋଳଜ କରିବା ସହିତ ଧକ୍କା ମାରିଥିଲେ। ତାପରେ ୫/୬ ଜଣ ପୋଲିସ ପୋଷାକଧାରି ବ୍ୟକ୍ତି ଏବଂ ୪ଜଣ ସାଧା ପୋଷାକରେ ଥିବା ବ୍ୟକ୍ତି ବିଲ ମଧ୍ୟକୁ ଭିଡ଼ି ନେଇଥିଲେ । କାଳନ୍ଦୀ ଯେନାଙ୍କୁ ନେଇଯାଇ ବିଲ ମଝିରେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଶ୍ରୀ କାଳନ୍ଦୀ ଯେନା ଆହତ ଅବସ୍ଥାରେ ସିମୁଳିଆ ଡାକ୍ତର ଖାନାରେ ଚିକିତ୍ସିତ ହେବା ପରେ ସିମୁଳିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଆଗରପଡା ପୋଲିସର ଏତାଦୃଶ କାର୍ଯ୍ୟର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ସିମୁଳିଆ ଥାନାରେ ଏତଲା ଦେଇଛନ୍ତି । ପୋଲିସର ଏଭଳି କାର୍ଯ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଜନସାଧାରଣଙ୍କର ପୋଲିସ ଉପରେ ଆସ୍ଥା ତୁଟି ଯାଉଛି । ରାତି ଅଧରେ ଆଗରପଡା ପୋଲିସର ଏଭଳି ଦବଙ୍ଗ ଗିରିକୁ ସ୍ତାନୀୟ ଜନସାଧାରଣ ନିନ୍ଦା କରିଛନ୍ତି ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.