ଦିନକୁ ଦିନ ନୀଳଗିରି ବିଜେଡି ଗଡ଼ ଖସିବାକୁ ବସିଲାଣି

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ନୀଳଗିରି ବିଜେଡି ବନ୍ୟା ହେଉ କି ବାତ୍ୟା, ସବୁ ମୁହୂର୍ତ ରେ ଲୋକ ମାନଙ୍କର ସମଷ୍ୟା ରେ ଜଡିତ ରହିଆସିଛି, ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ନୀଳଗିରି ଡବଲ ଇଂଜିନ କୁହାଯାଉଥିବା ତଥା ସାଂସଦ ଓ ବିଧାୟକ ଙ୍କର ନିଜ ଅଂଚଳ ରେ ବି ବିଜେଡି ପ୍ରତିହାର ଜାହିରି କରିଥିଲା,ପୁଣି ଆଜି ନୀଳଗିରି ବିଜେଡି ଗଡ଼ରେ କନ୍ଦଳ ପାଇଁ ,ପ୍ରମ୍ମୁଖ ଦଳର ମୁଖ୍ୟ ତଥା ପଦାଧିକାରୀ ଗଣ ଦଳ ଛାଡି ଅନ୍ୟ ଦଳରେ ଯୋଗଦାନ ଦେଲେଣି, କହିବାକୁ ଗଲେ ଦଳ ନିଷ୍ଠା ସହକାରେ,ଲୋକ ମାନଙ୍କ ର ସୁବିଧା ଅସୁବିଧାରେ କାମ କରୁଥିବା ବେଳେ, ଦଳର ଦାୟିତ୍ୱ ତଥା ମୁଖ୍ୟ ନେତା ଙ୍କର ଅଣଦେଖା ଓ ଗୋଷ୍ଠୀ କନ୍ଦଳ ପାଇଁ,ଏସବୁ ପରିସ୍ଥିତି ଉପୁଜିଛି, ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ. ଏ. ଏନ. ସି ନିର୍ବାଚନ, ଓ ସୋସାଇଟି ନିର୍ବାଚନ ରେ ନୀଳଗିରି ବିଜେଡି ଯେପରି ତାର ରଣନୀତି ପ୍ରସ୍ତୁତ କରି, ଏକ ତରଫା ବାଜିମାତ କରିଥିଲା,ତାହା ବର୍ତ୍ତମାନ ନୀଳଗିରି ବିଜେଡି ପାଇଁ ଉଦାହରଣ ହେବାକୁ ବସିଲାଣି, ପୁଣି ଏକ ବିରାଟ ବଡ଼ ଝଟକା ନୀଳଗିରି ବିଜେଡି କୁ ଲାଗିଛି, ନୀଳଗିରି ବିଜେଡି ବ୍ଲକ ଯୁବ ଉପସଭାପତି ବାଦଲ ପଣ୍ଡା, ଦଳରୁ ଇସ୍ତଫା ଦେଇ ବିଜେପି ରେ ଯୋଗଦାନ ଦେଇଛନ୍ତି,ଯାହା ଦ୍ୱାରା ନୀଳଗିରି ବିଜେଡି ଗଡ଼, ଦିନକୁ ଦିନ ଦଳର ମୁଖ୍ୟ କାର୍ଯ୍ୟ କର୍ତ୍ତା ମାନେ ଦଳ ଛାଡିଲେଣି,ଆଗାମୀ ବିଧାନସଭା ନିର୍ବାଚନ ରେ ଦଳ ପାଇଁ ଭାରି ପଡିବ ବୋଲି ସାଧାରଣ ରେ ଚର୍ଚ୍ଚାରେ ବିଷୟ ପାଲିଟିଛି .

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.