ମଦ ବ୍ୟବସାୟ ଅଭିଯୋଗରେ ଗିରଫ ହୋଇଥିବା ଯୁବକଙ୍କ ମୃତ୍ୟୁ

କଟକ,(ନାଗରାଜ ନ୍ୟୁଜ): ମଦ ବ୍ୟବସାୟ ଅଭିଯୋଗରେ ଗିରଫ ହୋଇଥିବା ଯୁବକଙ୍କ ମୃତ୍ୟୁ ଘଟିଛି ଚୌଦ୍ୱାର ଅବକାରୀ କାର୍ଯ୍ୟାଳୟ ରେ l ଚୌଦ୍ୱାର ଥାନା ଅନ୍ତର୍ଗତ ମହିଷା ଲଣ୍ଡା ଗ୍ରାମର ଜଣେ ଯୁବକ ଶରତ ପ୍ରଧାନ ଙ୍କର ମୃତ୍ୟୁ ଘଟିଛି ଚୌଦ୍ୱାର ଅବକାରୀ କାର୍ଯ୍ୟାଳୟ ମଧ୍ୟରେ l ପରିବାର ପକ୍ଷରୁ ଚୌଦ୍ୱାର ଥାନାରେ ଭାଇଙ୍କୁ ମାଡ଼ ମାରି ହତ୍ୟା କରାଯାଇଥିବା ଲିଖିତ ଅଭିଯୋଗ ଆଣିଛନ୍ତି ତାଙ୍କ ସାନ ଭାଇ ଭରତ l ଶରତ ମଦ ବ୍ୟବସାୟ କରୁଥିବା ସନ୍ଦେହରେ ଗତକାଲି ଚୌଦ୍ୱାର ଅବକାରୀ ବିଭାଗର ଏକ ଟିମ ଶରତଙ୍କୁ ଆଠଗଡ଼ ରୁ ଫେରୁଥିବା ସମୟରେ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ବଳିପୁର ନିକଟରୁ ଉଠାଇ ଆଣିଥିଲା l ଏହାପରେ ଶରତଙ୍କୁ ଅବକାରୀ ପୋଲିସ ଚୋରା ମଦ କାରବାର ବିଷୟରେ ପଚରା ଉଚରା କରୁଥିବା ସମୟରେ ତାକୁ ମାଡ଼ ମାରିବା ରୁ ତାର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ଶରତଙ୍କ ସାନ ଭାଇ ଭରତ ପ୍ରଧାନ l ଗତକାଲି ବିଳମ୍ବିତ ରାତିରେ ଅବକାରୀ କାର୍ଯ୍ୟାଳୟରେ ତାଙ୍କର ଚେତା ଶୂନ୍ୟ ହୋଇଯିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଅବକାରୀ କର୍ମଚାରୀ ମାନେ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲ କୁ ନେଇଯାଇଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ମେଡିକାଲ ସମ୍ମୁଖରେ କିଛି ସମୟ ପରିବାର ପକ୍ଷରୁ ଉତ୍ତେଜନା ହେବାରୁ କଟକ ମେଡିକାଲ ଫାଣ୍ଡି ପୋଲିସ ପହଞ୍ଚି ମୃତ ବ୍ୟକ୍ତିର ଶବକୁ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ଶବ ସଂରକ୍ଷିତ ଗୃହକୁ ପଠାଇ ଅଧିକ ତଦନ୍ତ କରୁଛି l ଆଜି ଶବ ବ୍ୟବଛେଦ ହେବା ପରେ ପ୍ରକୃତ ମୃତ୍ୟୁ ର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ମଙ୍ଗଳା ବାଗ ଥାନା ଅଧିକାରୀ l

Leave a Reply

Your email address will not be published.