ସ୍ୱାଧୀନତା ସଂଗ୍ରାମୀଙ୍କ ଦେହାନ୍ତ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକର ଶେଷ ସ୍ୱାଧୀନତା ସଂଗ୍ରାମୀଙ୍କ ଦେହାନ୍ତ ହୋଇଯାଇଛି । ଖବର ସଂଗ୍ରହରୁ ଜଣାଯାଇଛି ଯେ ବାଲିଆପାଳ ବ୍ଲକ ଡଗରା ପଞ୍ଚାୟତ ଡଗରା ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ଶ୍ରୀକାନ୍ତ ନାୟକ ୯୮ ବର୍ଷ ବୟସରେ ଡଗରା ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ବ୍ଲକର ଶେଷ ସ୍ୱାଧୀନତା ସଂଗ୍ରାମୀ ଥିଲେ । ମୃତ୍ୟୁ ଖବରପାଇ କୌଣସି ସ୍ଥାନୀୟ ପ୍ରଶାସନିକ ଅଧିକାରୀ ତାଙ୍କ ନିକଟରେ ନ ପହଞ୍ଚିବା ସଂପୃକ୍ତ ଅଞ୍ଚଳବାସୀଙ୍କ ପାଇଁ ଦୁଃଖର କାରଣ ହୋଇଛି ।

Leave a Reply

Your email address will not be published.