ସର୍ବ ଭାରତୀୟସ୍ତରରେ ଓଡିଶା ଅଗ୍ନିଶମ ସେବା ସଂସ୍ଥା ପୁରସ୍କୃତ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାକୁ ୨୦୨୧ ମସିହା ପାଇଁ ସର୍ବଭାରତୀୟ ସ୍ତରରେ ସର୍ବଶ୍ରେଷ୍ଠ ଅଗ୍ନିଶମ ସେବା ସଂସ୍ଥା” ଭାବେ ବିବେଚନା କରାଯାଇଛି । ଯାହା ଅଗ୍ନିଶମ ନିର୍ଦ୍ଦେଶାଳୟ, ଓଡିଶା , କଟକଙ୍କ ବିଜ୍ଞପ୍ତିରୁ ଜାଣିବାକୁ ମିଳିଛି । ସମ୍ପୂର୍ଣ୍ଣ ସୂଚନାରୁ ଜଣାଯାଇଛି ଯେ ଦିଲ୍ଲୀର ନୋଇଡା ଠାରେ ଗତ ୨୦୨୧ ମସିହା ଡିସେମ୍ବର ୨ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ Institution of Fire Engineers (India) ଦ୍ଵାରା ଆୟୋଜିତ ଆନ୍ତର୍ଜାତିକ Fire India – 2021 ମେଳା ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇଥିଲା । ଓଡ଼ିଶା ପଛକୁ ତାମିଲନାଡୁ ଅଗ୍ନିଶମ ସେବା ଦ୍ଵିତୀୟ ଓ ଗୁଜୁରାଟ ଅଗ୍ନିଶମ ସେବା ତୃତୀୟ ସ୍ଥାନ ଅଧିକାର କରିଥିଲା । ଆୟୋଜକମାନେ ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାର ମୁଖ୍ୟତଃ ବିପର୍ଯ୍ୟୟ ମୁକାବିଲା କରିବାର ଦକ୍ଷତାକୁ ବିଚାରକୁ ନେଇ ଏହି ପୁରସ୍କାର ଘୋଷଣା କରିଥିଲେ ।

ପ୍ରକାଶ ଥାଉଈ ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ଖାଲି ଆମ ରାଜ୍ୟରେ ନୁହେଁ ବରଂ ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ବିପର୍ଯ୍ୟୟ ମୁକାବିଲା କରି ରାଜ୍ୟ ପାଇଁ ସୁନାମ ଆଣିବାରେ ସଫଳ ହୋଇଛି । ଏହି ସଂସ୍ଥା ୨୦୧୪ ମସିହାର “ହୁଡ ହୁଡ” ସମୟରେ ଆନ୍ଧ୍ର ପ୍ରଦେଶ, ୨୦୧୮ ମସିହାରେ ମେଘାଳୟରେ Mining Rescue, ୨୦୧୮ ମସିହାରେ କେରଳ ବନ୍ୟା ଓ ୨୦୨୦ ମସିହାରେ ପଶ୍ଚିମବଙ୍ଗର AMPHAN ମହାବାତ୍ୟା ସମୟରେ ସଫଳତାର ସହ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଥିଲା । ତତସହିତ ଓଡ଼ିଶା ତିତିଲି, ବୁଲବୁଲ ଓ ଫନି ପରି ବାତ୍ୟା ସମୟରେ ମଧ୍ୟ ବିପର୍ଯ୍ୟୟର ସଫଳ ମୁକାବିଲା କରିଥିଲା । ଏଥିସହିତ ସାରା ଭାରତ ବର୍ଷର ଓଡିଶା ଏକମାତ୍ର ରାଜ୍ୟ ଯେଉଁଠାରେ ଲୋକ ସଂଖ୍ୟା ଅନୁସାରେ ଅଗ୍ନିଶମ ଗାଡ଼ି ଯୋଗାଇ ଦିଆଯାଇଛି ଏବଂ ସାରା ଭାରତ ବର୍ଷର ସବୁଠୁ ଅଧିକ ୩୪୨ ଗୋଟି ଅଗ୍ନିଶମ କେନ୍ଦ୍ର ରହିଅଛି । ଏତଦବ୍ୟତୀତ ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାର ଏକ Reserve Force (Striking Force) ରହିଛି, ଯାହା ଦେଶର ଅନ୍ୟ କୌଣସି ଅଗ୍ନିଶମ ବିଭାଗ ନିକଟରେ ନାହିଁ । ସେହିପରି ରାଜ୍ୟର ପାଞ୍ଚ ଗୋଟି ISO Certified Fire Station ଓ ଗୋଟିଏ ପ୍ରଶିକ୍ଷଣ କେନ୍ଦ୍ର ରହିଥିବା ସ୍ଥଳେ ଏହାର ସମସ୍ତ କେନ୍ଦ୍ରକୁ Multi-Disaster Response Centre ଭାବେ ରୂପାନ୍ତରିତ କରାଯାଇଛି ଓ ଜନସାଧାରଣଙ୍କୁ online ଜରିଆରେ ସମସ୍ତ ପ୍ରକାର ସେବା ଯୋଗାଇ ଦିଆଯାଉଅଛି । ଦେଶର ସର୍ବଶ୍ରେଷ୍ଠ ଅଗ୍ନିଶମ ସେବା ସଂସ୍ଥା ଭାବେ ପୁରସ୍କୃତ ହୋଇଥିବାରୁ ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ସେମାନେ ଅଧିକ ଉତ୍ସାହିତ ଓ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ପାଇଁ ଦୃଢ ସଂକଳ୍ପ ବଦ୍ଧ ହୋଇଛନ୍ତି । ବାସ୍ତବରେ ସଂସ୍ଥାର କର୍ମଚାରୀ ମାନଙ୍କ ସାହସ ଏବଂ ଧୈର୍ଯ୍ୟର ସହିତ ବିପର୍ଯ୍ୟୟ ମୁକାବିଲାକୁ ବାଲେଶ୍ଵର ଜିଲ୍ଲା କାହିଁକି ସାରା ଓଡିଶାବାସୀ ସ୍ବାଗତ କରିବା ଉଚିତ । କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ସଂସ୍ଥା ପୁରସ୍କୃତ ହୋଇଥିବାରୁ ସମସ୍ତ କର୍ମଚାରୀ ମାନଙ୍କୁ ବାଲେଶ୍ଵର ଜିଲ୍ଲାବାସୀ ଭାବେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ।

Leave a Reply

Your email address will not be published.