ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ

ଖଇରା, (ନାଗରାଜ ନ୍ୟୁଜ): ସମାଜସେଵି,କଵି ତଥା ଅଵସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଧାଶ୍ୟାମ ପଣ୍ଡାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କର ୭୬ ବର୍ଷ ବୟସ ହୋଇଥିଲା । ଔପଦା ବ୍ଳକ ରାୟରାମଚନ୍ଦ୍ରପୁର ପଞ୍ଚାୟତ ହରିହର ପୁର ଶାସନରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତଃ ପଣ୍ଡା ଖଇରା ବ୍ଳକ ବରଦା ମଧ୍ୟ ଇଂରାଜୀ ଵିଦ୍ୟାଳୟ ଓ ବରପଦା ଶାନ୍ତିଲତା ଉନ୍ନୀତ ବିଦ୍ୟାଳୟ ରୁ ପ୍ରଧାନ ଶିକ୍ଷକ ଭାବେ ଅଵସର ଗ୍ରହଣ କରିଥିଲେ । ଖଇରା ତାଙ୍କର ଥିଲା କର୍ମ ଭୂଇଁ।ଶିକ୍ଷକତା ସହିତ କବିତା,ଗଳ୍ପ, ଗରିବ ଲୋକ ,ଛାତ୍ରଛାତ୍ରୀ ମାନଙ୍କୁ ପାଠପଡାରେ ସହାୟତା,ରାସ୍ତାକଡ଼ରେ ବୃକ୍ଷ ରୋପଣସହିତ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ,ବରିଷ୍ଠ ନାଗରିକ ମଞ୍ଚ ରେ ଜଡ଼ିତ ଥାଇ କାର୍ଯ୍ୟ କରୁଥିଲେ । ତାଙ୍କ ମୁଣ୍ଡରେ ଧଳା ପଗଡି ସମସ୍ତେ ତାଙ୍କୁ ଚିହ୍ନିବାରେ ଆଉ ଏକ ମାଧ୍ୟମ । ଖଇରା ଅଞ୍ଚଳରେ ପ୍ରଥମ କରି ଦୈନିକ ସମାଜ ଖବରକାଗଜର ପ୍ରସାର କରୁଥିଲେ । ସେ କିଛି ଦିନ ଧରି ମଧୁମେହ ରୋଗରେ ପୀଡିତ ଥାଇ ଆଖି ଦୁଇଟି ହରାଇ ଥିଲେ । କିଛି ଦିନ ଧରି ଅସୁସ୍ଥ ଥିଲେ । ଆଜି ବାଲେଶ୍ଵର ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ତାଙ୍କର ପରଲୋକରେ ସିମୁଳିଆ ଵିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।ଖଇରା ଓ ଔପଦା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ତାଙ୍କର ସ୍ତ୍ରୀ ସମେତ ୪ପୁଅ ଅଛନ୍ତି ।

ବାଲେଶ୍ବର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.