ଜୋତା ପିନ୍ଧି ଶ୍ରୀଜଗନ୍ନାଥଙ୍କୁ ଧୂପ ଦେଲେ ବିଦ୍ୟାଳୟ ଗ୍ରନ୍ଥାଗାରିକ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତରା ସ୍ଥିତ ଅଗଣି ନରେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଗତ ତା ୨୦/୦୧/୨୦୨୩ ରିଖ ଶୁକ୍ରବାର ଥିଲା ୩୦ ତମ ବାର୍ଷିକ ଉତ୍ସବ । ମହାଆଡମ୍ବର ସହକାରେ ଉତ୍ସବଟିକୁ ପାଳନ ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତି ମଧ୍ୟ ସରିଥିଲା । ଅଧ୍ଯକ୍ଷ ରାଜେନ୍ଦ୍ର କୁମାର ଦାସମହାପାତ୍ରଙ୍କ ତତ୍ତ୍ୱାବଧାନରେ ପ୍ରାୟ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଉତ୍ସବର ସଫଳତା ନେଇ ତତ୍ପର ଥିବାର ଦେଖାଯାଇଥିଲା । ଅତିଥି ମାନଙ୍କ ମୁଖରୁ କିଛି ଶୁଣିବା ନିମନ୍ତେ ଉତ୍କଣ୍ଠାର ସହିତ ନିଜ ନିଜ ଚେୟାରରେ ବସି ରହିଥିଲେ ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଶ୍ରୋତାମଣ୍ଡଳୀ । ଅତିଥି ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ପିଲାମାନେ ସ୍ବାଗତ ସଂଗୀତ ପରିବେଷଣ କରୁଥିଲେ । କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ । ଅତିଥିମାନେ ମଞ୍ଚାସୀନ ହେବା ପୂର୍ବରୁ ବିଦ୍ୟାଳୟର ଗ୍ରନ୍ଥାଗାରିକ (ଲାଇବ୍ରେରୀସିଆନ) ସୁଶାନ୍ତ ଶତପଥୀ ହଠାତ୍ ମଞ୍ଚ ଉପରକୁ ଉଠିଯାଇ ପାଦରୁ ଜୋତା ନଖୋଲି ଅର୍ଥାତ ଜୋତା ପିନ୍ଧି ମଞ୍ଚରେ ଥିବା ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରାଙ୍କ ଫଟୋଚିତ୍ରରେ ଦେଇଥିଲେ ଧୂପ । ଏହା ଜଗତରନାଥ ଶ୍ରୀଜଗନ୍ନାଥଙ୍କ ପ୍ରତି ଅପମାନ ନୁହେଁ କି ? କୋଟି କୋଟି ଓଡିଆ ମାନଙ୍କ ବଡ଼ ଠାକୁରଙ୍କୁ ଜୋତା ମାଡ ସହ ସମାନ ହେଲାନି କି ? ଠାକୁରଙ୍କ ପ୍ରତି ଘୋର ଅପମାନ । ବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା । ପ୍ରତ୍ୟେକ କର୍ମଚାରୀ ଜଣେ ଜଣେ ଶ୍ରମିକ । ଏଠାରେ କି ପ୍ରକାର ଶିକ୍ଷା ଓ ନିର୍ମାଣ ଚାଲିଛି ? ବଡ଼ ଠାକୁର ଶ୍ରୀଜଗନ୍ନାଥଙ୍କୁ ଜୋତାରେ ପିଟିବା ପାଇଁ ପିଲା ମାନଙ୍କୁ ଶିକ୍ଷା ଦିଆଯାଉନି ତ ? ଓଡିଆ ସଂସ୍କୃତି, ପରମ୍ପରା ଓ କୋଟି କୋଟି ଓଡିଆଙ୍କ ବଡ଼ ଠାକୁର ଏବଂ ଜଗତରନାଥ ଶ୍ରୀଜଗନ୍ନାଥଙ୍କ ପ୍ରତି କୋଠାରଘାତ ନୁହେଁ ତ ? ଏ ପ୍ରକାର କର୍ମଚାରୀ ଜଣଙ୍କ କାହାକୁ କି ପ୍ରକାର ବ୍ଯବହାର ପ୍ରଦର୍ଶନ କରୁଥିବେ ଓଡିଶାବାସୀ ବିଚାର କରିବେ ନିଶ୍ଚୟ । ମହାପ୍ରଭୁ ଜଗନ୍ନାଥଙ୍କୁ ଜୋତା ପିନ୍ଧି ଧୂପ ଦେବା ଘଟଣା ସାମ୍ବାଦିକ ମାନଙ୍କୁ ଖୁବ୍ ଆଘାତ ଦେଇଛି । ଉକ୍ତ ଘଟଣାର ଉପଯୁକ୍ତ ତଦନ୍ତ କରି ପଦକ୍ଷେପ ନେବାକୁ ବାଲେଶ୍ଵର ଜିଲ୍ଲାପାଳ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ,ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଜଗନ୍ନାଥପ୍ରେମୀ ଓଡିଶା ଓ ଦେଶବାସୀଙ୍କୁ ସାମ୍ବାଦିକଙ୍କ ତରଫରୁ ନିବେଦନ । ଏଥିସହିତ ସାମ୍ବାଦିକ ମାନଙ୍କୁ ଅସମ୍ମାନିତ କରିବାରେ ଅବହେଳା ପ୍ରଦର୍ଶନ କରିନଥିଲା ବିଦ୍ୟାଳୟ । ପ୍ରକାଶ ଥାଉକି- ଜୋତାପିନ୍ଧି ମହାପ୍ରଭୁଙ୍କୁ ଗ୍ରନ୍ଥାଗାରିକ( ଲାଇବ୍ରେରୀସିଆନ)ଙ୍କ ଧୂପଦାନ ପରେ ପରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.