ତିନି ଦିନିଆ ଆୟୁର୍ବେଦ ପର୍ବ ଉଦଘାଟିତ

ପୁରୀ,(ନାଗରାଜ ନ୍ୟୁଜ): ଆୟୁର୍ବେଦ ଚିକିତ୍ସା ଏକ ପ୍ରାଚୀନ ଚିକିତ୍ସା ପ୍ରଣାଳୀ।ଏହାକୁ ନେଇ ଭାରତର ଚିକିତ୍ସା ବ୍ୟବସ୍ଥା ସମଗ୍ର ବିଶ୍ୱରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା।ଆଜିର ସମୟରେ ଏହାକୁ ଅଧିକ ପରିବ୍ୟାପ୍ତ କରିବା ଆବଶ୍ୟକ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ସୁଲତା ଦେଓ।ଆଜି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପ୍ରାୟୋଜିତ ତିନି ଦିନିଆ ଆୟୁର୍ବେଦ ପର୍ବ ର ଶୁଭାରମ୍ଭ ହୋଇଛି।ଏହାକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ଶ୍ରୀମତୀ ଦେଓ ଓଡିଶାରେ ଆୟୁର୍ବେଦ ର ଉନ୍ନତି ପାଇଁ ଭାରତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ କୁ କେନ୍ଦ୍ରୀୟ ମାନ୍ୟତା ପାଇଁ ଉଦ୍ୟମ କରାଯିବ ବୋଲି କହିଥିଲେ।ରାଷ୍ଟ୍ରୀୟ ଆୟୁର୍ବେଦ ବିଦ୍ୟପୀଠର ବୈଦ୍ୟ ପଦ୍ମ ଭୂଷଣ ଦେବେନ୍ଦ୍ର ତ୍ରିଗୁଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପର୍ବରେ ରେଜିଷ୍ଟ୍ରେସନ ଓ ଏଥିକ୍ସ କମିଟି ର ଅଧ୍ୟକ୍ଷ ବୈଦ୍ୟ ରାକେଶ ଶର୍ମା, ବୈଦ୍ୟ ତାରାଚାନ୍ଦ ଶର୍ମା, ବୈଦ୍ୟ ଏସ ଏନ ପାଣ୍ଡେ,ପ୍ରଫେସର ରବି ନାରାୟଣ ଆଚାର୍ଯ୍ୟ, ପ୍ରଫେସର ବି କେ ଜୟସିଂ,ଡା ଉମେଶ ଚନ୍ଦ୍ର ପୃଷ୍ଟି, ଡା ଗୌରୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇ ଆୟୁର୍ବେଦ ର ଉତ୍ପତ୍ତି, ଚିକିତ୍ସା ଓ ସାଧାରଣ ଲୋକଙ୍କୁ ସେବା ସମ୍ପର୍କରେ ଆଲୋଚନା କରିଥିଲେ।ପ୍ରାରମ୍ଭରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟକ୍ଷ ଡା ସୁଦର୍ଶନ ବେହେରା ସମସ୍ତ ଙ୍କୁ ସ୍ୱାଗତ ସହ ଆୟୁର୍ବେଦ ପର୍ବ ର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।ଦିତୀୟାର୍ଦ୍ଧରେ ବିଭିନ୍ନ ରାଜ୍ୟରୁ ଆସିଥିବା ଆୟୁର୍ବେଦ ବିଶାରଦ ମାନେ ସେମାନଙ୍କ ସନ୍ଦର୍ଭ ଉପସ୍ଥାପନ କରିଥିଲେ ଅଖିଳ ଭାରତୀୟ ଆୟୁର୍ବେଦ ମହାସମ୍ମେଳନ ଓ ଆୟୁଷ ମନ୍ତ୍ରାଣାଳୟ ର କର୍ମକର୍ତ୍ତା ମାନେ ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏଥିରେ ମହାବିଦ୍ୟାଳୟର ସମସ୍ତ ସଦସ୍ୟ ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published.