ନକଲି ମର୍ଚ୍ଚଏଣ୍ଟ ନେଭିରେ ଚାକିରୀ କରେଇଦେବା ନାରେ ଠକେଇ, ଅଭିଯୁକ୍ତ ଗିରଫ

କଟକ, (ନାଗରାଜ ନ୍ୟୁଜ ): ନକଲି ମର୍ଚ୍ଚଏଣ୍ଟ ନେଭିରେ ଚାକିରୀ କରେଇଦେବା ନାରେ ଠକେଇ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକରେ । ଏନେଇ ଜଣଙ୍କୁ ଗିରଫ କରିଛି କଟକ ଚଉଳିଆଗଞ୍ଜ ଥାନା ପୁଲିସ । ଗିରିଫ ଯୁବକ ହେଲେ ଜଗତସିଂହପୁର ସୋମପୁର ଅଞ୍ଚଳର ସୌମ୍ୟରଞ୍ଜନ ମିଶ୍ର । ମର୍ଚ୍ଚଏଣ୍ଟ ନେଭିରେ ଯେଉଁ ଯୁବକ ଯୁବତୀ ଚାକିରୀ ପାଇଁ ଆବେଦନ କରିଥିଲେ ସେମାନଙ୍କ ଡାଟାକୁ ସଂଗ୍ରହ କରି ଦୁବାଇରେ ଚାକିରୀ, ଭିସା ଓ ଫ୍ଲାଇଟ ଟିକେଟ କରାଇଦେବେ ବୋଲି କହି ଲୋକଙ୍କ ଠାରୁ ମୋଟା ରକମର ଟଙ୍କା ଲୁଟୁଥିଲେ । ଏହାସହିତ ନିଜକୁ ଓଡିଶା ପୁଲିସର ପୂର୍ବତନ ପୁଲିସ ଡିଜିଙ୍କ ବଡ଼ ପୁଅ କହି ଟାର୍ଗେଟ କରୁଥିଲେ ଯୁବ ପିଢ଼ିଙ୍କୁ ।

ମହାନଦୀବିହାର ଅଞ୍ଚଳର ଜଣେ ମହିଳାଙ୍କଠାରୁ ସେ ୪୦,୦୦୦ ଟଙ୍କା ନେଇ ଠକିଥିବା ବେଳେ ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ । ପରେ ଚଉଳିଆଗଞ୍ଜ ଥାନା ଅଧିକାରୀ ଶଶିକାନ୍ତ ରାଉତଙ୍କ ନେତୃତ୍ୱରେ ସ୍ୱାର୍ଡ ଟିମ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଗିରଫ ବେଳେ ୩୮,୦୦୦ ଟଙ୍କା, ମର୍ଚ୍ଚଏଣ୍ଟ ନେଭିର ଟୋପି, ପୋଷାକ, କାର୍ଡ ଓ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରିଛି ଚାଉଳିଆଗଞ୍ଜ ପୁଲିସ ।

Leave a Reply

Your email address will not be published.