ପକ୍କା ସଡକ ନିର୍ମାଣ ନେଇ ଦାବି

ବାଲେଶ୍ବରରୁ, (ନରେନ୍ଦ୍ର ପ୍ରସାଦ ବେହେରା): ସରକାର ରାସ୍ତା ନିର୍ମାଣ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ କମୁନି ଲୋକଙ୍କ ଦୁର୍ଦ୍ଦଶା । ଏପରି ଏକ ଘଟଣା ଦେଖାଯାଇଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକରେ । ୫୭ ନମ୍ବର ରାଜ୍ୟ ରାଜପଥ ତୋରାଣିପଦା ଛକଠାରୁ ପଳସା ଦେଇ ଡୁଙ୍ଗୁରା ସ୍ପର୍ଶ କରିଥିବା ରାସ୍ତାଟି ଏବେ ଅବହେଳିତ । ଦୈନିକ ଶହଶହ ଲୋକ ଏହି ରାସ୍ତାରେ ବ୍ଲକ କାର୍ଯ୍ଯାଳୟକୁ ଆସିଥାନ୍ତି । ସାମାନ୍ୟ ବର୍ଷାରେ ରାସ୍ତାଟି ଜଳମଗ୍ନ ହୋଇଥାଏ । ଶହଶହ ଗାଡି ମୋଟର ଏପରିକି ଭାରିଜାନ ମଧ୍ୟ ଯାତାୟତ କରିଥାଏ ।

ଏହି ରାସ୍ତାରେ ଥିବା ଷ୍ଟେଟବ୍ୟାଙ୍କ ଶାଖା ଗ୍ରାହକ ସେବାକେନ୍ଦ୍ର ନିକଟ ଦୃଶ୍ୟ । ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାର ସାଧାରଣ ପଥଚାରୀ ଅଭିଯୋଗ କରିଛନ୍ତି । ପ୍ରଶାସନିକ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧିମାନେ ଯାତାୟତ କରୁଛନ୍ତି, ବାରମ୍ବାର ଜନସାଧାରଣ ଅଭିଯୋଗ କଲାପରେ ବି କେହି ଶୁଣିବାକୁ ନାରାଜ । ଯଦି ଏଥିପ୍ରତି ନିର୍ବାଚିତ ପ୍ରତିନିଧି କିମ୍ବା ପ୍ରଶାସନିକ ଅଧିକାରୀ ଦୃଷ୍ଟି ନଦିଅନ୍ତି ଆଗାମୀ ଦିନରେ ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ସାଧାରଣ ଜନତା ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.