ମହିଳା କନେଷ୍ଟବଳଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବିରେ ଡିଜିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲାରେ ମହିଳା କନେଷ୍ଟବଳ ଜଣେ କର୍ତ୍ତବ୍ୟରତ ଓ୍ବେବ ମିଡିଆର ସାମ୍ବାଦିକଙ୍କୁ ପୋଲିସ ଅଧିକାରୀ, ବିଜେପି ନେତା ମାନଙ୍କ ଉପସ୍ଥିତିରେ ସର୍ବସମ୍ମୁଖରେ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିବା ଘଟଣା ଏବେ ସବୁଆଡେ ଭାଇରାଲ ହେବାରେ ଲାଗିଛି । ମହିଳା କନେଷ୍ଟବଳଙ୍କ ଏତାଦୃଶ କାର୍ଯ୍ୟ ସମସ୍ତ ପୋଲିସ ବିଭାଗକୁ ବଦନାମ କରିଛି । ରାଉରକେଲା ଓ୍ବେବମିଡିଆ ସାମ୍ବାଦିକ ସଂଘ ଏହି ଘଟଣାକୁ ଦୃଢ ନିନ୍ଦା କରିବା ସହ ଏହି ଘଟଣାରେ ସଂପୃକ୍ତ ମହିଳା କନେଷ୍ଟବଳ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ସ୍ମାରକପତ୍ର ରାଉରକେଲା ଏସପି ଶ୍ରୀ ମୁକେଶ କୁମାର ଭାମୋଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା ।

ରାଉରକେଲା ଓ୍ବେବମିଡିଆ ସାମ୍ବାଦିକ ସଂଘ ପକ୍ଷରୁ ସମସ୍ତ ସଦସ୍ୟ ମାନେ ମିଳିତ ଭାବେ ଯାଇ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏସପିଙ୍କୁ ଏହି ସ୍ମାରକପତ୍ର ପ୍ରଦାନ କରିବା ସହ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଓ୍ବେବମିଡିଆ ସାମ୍ବାଦିକ ସଞ୍ଜୀବ ନାୟକ, ବିଜୟ ପ୍ରଧାନ, ଅନନ୍ତ ପଟ୍ଟନାୟକ, ମିଷ୍ଟର ପାଇଲଟ, ନିତେଶ କୁମାର, ମୌସୁମି ମିଶ୍ର, ଅମ୍ରିତା ପ୍ରିୟଦର୍ଶିନୀ ବେହେରା, ମୃତ୍ୟୁଞ୍ଜୟ ଦାସ, ହରପ୍ରିୟା କିଷାନ, ଗାନ୍ଦୁର ଓରାମ, ଦିଲୀପ ଶର୍ମା, ରମେଶ ଚନ୍ଦ୍ର ବିଷୋୟୀ, ଶୁଭମ୍ ସିଂ, ସୁବାଷ କୁମାର ଗୁପ୍ତା, ଲବ କିଶୋର ନାୟକ, ବିବେକ ଅଗ୍ରୱାଲ, ବିଶ୍ବଜିତ ମଲ୍ଲିକ, ଅମୀତ କୁମାର ଜେନା, ଶୈଳେନ୍ଦ୍ର କୁମାର ସାହୁ, ରାଜୁ ପାତ୍ର, ଇନ୍ଦ୍ର ଓ ବିଜୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.