ଟ୍ରାନ୍ସଫରର୍ମର ଚାରିପାଖରେ ବାଡ଼ ଦେବାକୁ ଦାବି

ଖପ୍ରାଖୋଲ, (ନାଗରାଜ ନୁ୍ୟଜ): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଖପ୍ରାଖୋଲ ପଞ୍ଚାୟତ କର୍ଲାକୁଟୁନା ଗ୍ରାମର ଟ୍ରାନ୍ସଫରର୍ମର ମୁକୁଳା ହୋଇ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି । ଗ୍ରାମର ତିନି ଛକ ପାଖରେ ଥିବା ଟ୍ରାନ୍ସଫରର୍ମର ପାଖରୁ ଗାଈ, ଗୋରୁ, ସାଧାରଣଜନତା ଓ ଗ୍ରାମବାସୀ ଯାତାୟତ କଲାବେଳେ କେତେ ବେଳେଯେ, ଅଘଟଣ ଘଟିବ ତାହା ଏଡ଼ାଇ ଦିଆଯାଇନପାରେ ବୋଲି ଗ୍ରାମବାସୀ କହିଛନ୍ତି । ତିନି ଛକରେ ଥିବା ଟ୍ରାନ୍ସଫରର୍ମରକୁ ଚାରି ପାର୍ଶ୍ୱରୁ ବାଡ ଦେବା ପାଇଁ ବାରମ୍ବାର ଗ୍ରାମବାସୀ ଦାବି କରିଥିଲେ ମଧ୍ୟ କେହି ଶୁଣୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave a Reply

Your email address will not be published.