ସ୍ୱର୍ଗତ ଗୋଲକ ନାଥ ମିଶ୍ରଙ୍କ ବାସଭବନରେ ଗୀତା ପାଠ ଓ ଗୀତା ଯଜ୍ଞ ଅନୁଷ୍ଠିତ

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କୁଡେଇ ଅଧିନସ୍ଥ ଦଲସିଂ ପାଟଣା ଗ୍ରାମରେ ସ୍ୱର୍ଗତ ଗୋଲକ ନାଥ ମିଶ୍ରଙ୍କ ବାସଭବନରେ ଗୀତା ପାଠ ଓ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଗୋଲକ ନାଥ ମିଶ୍ର ପ୍ରାଇମେରୀ ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଥିଲେ । ଜାନୁଆରୀ ୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି ତାଙ୍କ ବାସଭବନରେ ୧୩୦ଜଣ ବ୍ରାହ୍ମଣଙ୍କୁ ନେଇ ଗୀତା ପାଠ କରାଯାଇଥିଲା । ପଣ୍ଡିତ ଦୀନ ବନ୍ଧୁ ପାଣିଗ୍ରାହୀ ଓ ତୋଷିକାନ୍ତ ପାଢ଼ୀ ଏବଂ ପରିବାର ବର୍ଗଙ୍କ ନେତୃତ୍ୱରେ ଗୀତା ପାଠ ଓ ଗୀତା ଯଜ୍ଞ କାର୍ଯ୍ୟକ୍ରମ କରାଯାଇଥିଲା ।

Leave a Reply

Your email address will not be published.