ପୈାରପାଳିକାର ଡେଙ୍ଗୁ ସଚେତନତା ରାଲି

ରାଜଗାଙ୍ଗପୁର, (ଦଶରଥ ପୋଡ଼) : ଆଜି ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ପୈାରପାଳିକା ତରଫରୁ ଡେଙ୍ଗୁ ସଚେତନତା ପାଇଁ ଏକ ବିଶାଳ ରାଲିର ଆୟୋଜନ କରାଯାଇଥିଲା । ପୈାରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ସମସ୍ତ କର୍ମଚାରୀ ଏହି ଦାବିରେ ଯୋଗଦେଇ ସହର ପରିକ୍ରମା କରିବା ସହିତ ଲୋକଙ୍କୁ ସଚେତନ ‌କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଘରଚାରିପାଖ ସଫାସୁତୁରା ରଖିବା ସହିତ ଆଖପାଖରେ ପାଣି ଜମିବାକୁ ନଦେଇ ଅଳିଆ ଆବର୍ଜନାକୁ ଏକତ୍ରିତ କରି ରଖିଲେ ପୈାରପାଳିକାରୁ ଗାଡ଼ି ଆସି ଠିକ୍ ଜାଗାରେ ଫିଙ୍ଗିଲେ ଡେଙ୍ଗୁ ରୋଗ ହେବନାହିଁ । ଏହା ଦ୍ଵାରା ଆମେ ସମସ୍ତେ ଡେଙ୍ଗୁ ମୁକ୍ତ ହେବା ସଙ୍ଗେସଙ୍ଗେ ‌ଆମ ରାଜଗାଙ୍ଗପୁର ସହର ଡେଙ୍ଗୁ ମୁକ୍ତ ହେବବୋଲି ଶ୍ରୀ ପଣ୍ଡା ସମସ୍ତଙ୍କୁ ବୁଝାଇଥିଲେ। ପୈାରପାଳିକାର ଏହି କାର୍ଯ୍ୟକ୍ରମକୁ ସବୁ ମହଲରୁ ଭୂୟସୀ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published.