ସୁଖ ଦୁଃଖର ସାଥୀ ରେଡ଼ିଓକୁ ଏବେବି ଭୁଲି ନାହାନ୍ତି ଦେବେନ୍ଦ୍ର ଓ କୃଷ୍ଣ ଚନ୍ଦ୍ର

ବାଲେଶ୍ଵର, (ନାଗରାଜ ନ୍ୟୁଜ): ବିଜ୍ଞାନର ଅଗ୍ରଗତି ହୋଇଛି ସତ କିନ୍ତୁ ଏବେବି ଭୁଲି ନାହାନ୍ତି ଲୋକେ ଅତୀତର ସେହି ଆକାଶବାଣୀ ରେଡ଼ିଓକୁ । ନିଜର ଉତ୍ତମ ବନ୍ଧୁ ମନେ କରି ସର୍ବଦା ଆପଣାର କରିଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବଣପାରିଆ ଓ ନଛିପୁର ଗ୍ରାମରେ । ଦୀର୍ଘ ଦିନ ହେବ ବଣପାରିଆ ଗ୍ରାମର ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ ନିଜ ଠାରୁ କେବେ ଦୂରେଇ ଦେଇ ନାହାନ୍ତି ରେଡ଼ିଓକୁ । ନିଜର ଦୈନଦିନର ବିଭିନ୍ନ କାର୍ଯ୍ୟ ସତ୍ତ୍ୱେ ବି ରେଡ଼ିଓର ପ୍ରତ୍ୟେକ କାର୍ଯ୍ୟକ୍ରମ ଶୁଣିବାରେ କରନ୍ତି ନାହିଁ ଅବହେଳା ।

ଆକାଶବାଣୀ କଟକ ସହିତ ବିଭିନ୍ନ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣି ବହୁତ ଖୁସି ହୋଇଥାନ୍ତି ଯାହା ଗଣମାଧ୍ୟମ ଆଗରେ ସେ ପ୍ରକାଶ କରିଛନ୍ତି । ସେହିପରି ନଛିପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର କୁମାର ରାଉତ ନିଜର ଅବସର ଜୀବନକୁ ରେଡ଼ିଓ ସହିତ ବିତାଉଛନ୍ତି । ସକାଳରୁ ରାତ୍ରିର ଶୋଇବା ପର୍ଯ୍ୟନ୍ତ ରେଡ଼ିଓକୁ କରିଛନ୍ତି ନିଜର ଜୀବନ ସାଥୀ ।

Leave a Reply

Your email address will not be published.