ଆଜି ଜାଗର, ରାତି ୪ରୁ ବାବା ଲୋକନାଥଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

ପୁରୀ, (ନାଗରାଜ ନ୍ୟୁଜ): ଆଜି ଜାଗର । ରାତି ୪ଟା ରୁ ପୁରୀ ସହରରେ ବାବା ଲୋକନାଥଙ୍କୁ ଦର୍ଶନ କରୁଛନ୍ତି ହଜାର ହଜାର ଶିଵ ଭକ୍ତ । ଆଜି ପବିତ୍ର ଜାଗର ଯାତ୍ରାରେ ପୁରୀ ସହରର ବିଶ୍ୱର ଠାକୁର ଶ୍ରୀଜଗନ୍ନାଥ ଙ୍କ ଭଣ୍ଡାରଘରର ଜଗୁଆଳ ଶ୍ରୀ ଲୋକନାଥ ଦେବଙ୍କ ପୀଠରେ ଭୋର ୪ଟାରୁ ହଜାର ହଜାର ଭକ୍ତ ଲମ୍ବା ଧାଡିରେ ଛିଡା ହୋଇ ବାବା ଲୋକନାଥଙ୍କୁ ଦର୍ଶନ କରିବା ସହିତ ମାନସିକ ଠାକୁର ଲୋକନାଥଙ୍କ ପାଇଁ ମାନସିକ ରଖିଥିବା ଶରୀରର ଅଙ୍ଗପ୍ରତ୍ୟଙ୍ଗ ବିଭିନ୍ନ ପ୍ରକାର ଧାତୁର ବାବା ଲୋକନାଥଙ୍କୁ ଅର୍ପଣ କରନ୍ତି । କାରଣ ମଣିଷ ଶରୀରରେ ଯେ କୌଣସି ଅଙ୍ଗ ଅକାମି ହୋଇଗଲେ ପ୍ରଭୁ ଲୋକନାଥଙ୍କୁ ସେହି ଅଙ୍ଗକୁ ଯେ କୌଣସି ଧାତୁରେ ତିଆରି କରି ଦେବି ମାନସିକ ରଖିଲେ ସେହି ଅଙ୍ଗକୁ ବାବା ଲୋକନାଥ ସମ୍ପୂର୍ଣ୍ଣ ଭାବେ ସୁସ୍ଥ କରିଦିଅନ୍ତି ।

ଆଜିର ଦିନରେ ଏହି ଶୈବ ପୀଠରେ ରାଜ୍ୟ ବାହାର ଲୋକମାନେ ଓ ରାଜ୍ୟର ପ୍ରତି କୋଣ ଅନୁକୋଣରୁ ହଜାର ହଜାର ଭକ୍ତ ଆସି ମାନସିକ ଚୁଟି ପକାଇ ଶୈବପୀଠରେ ଥିବା ପୁଷ୍କରିଣୀ ଯାହାର ନାମ ପାର୍ବତୀ ସାଗରରେ ବୁଡ଼ ପକାଇ ଗାଧୋଇ କରି ଯାଆନ୍ତି । ଏହି ପାର୍ବତୀସାଗରରେ ବୁଡ଼ ପକାଇଲେ ସମସ୍ତ ରୋଗ ଦୁରାହୋଇଥାଏ ବୋଲି ବିଶ୍ଵାସ ଅଛି । ଆଉ କେଉଁ ଭକ୍ତ ଆଜିର ଏହି ମହାନ ଦିନରେ କାନ୍ଧରେ ପାଣିଭାର ଆଣି ବାବା ଲୋକନାଥଙ୍କ ଲିଙ୍ଗରେ ଅର୍ପଣ କରିଥାନ୍ତି । କାହିଁକିନା ବାବା ଲୋକନାଥ ବର୍ଷସାରା ପଙ୍କରେ ବୁଡି ରୁହନ୍ତି ପଙ୍କ ଉଜଲା ଏକାଦଶୀ ଦିନ ସେବାୟତ ମାନେ କୂଅ ଭିତରେ ଥିବା ବାବା ଲୋକନାଥଙ୍କ ଲିଙ୍ଗରେ ଫୁଲ, ବେଲ ପତ୍ର, ଅଗୁରୁ,ଚନ୍ଦନ, କେଶର, କର୍ପୂର ,  କ୍ଷୀର ଇତ୍ୟାଦି ବାବାଙ୍କୁ ବର୍ଷ ସାରା ଅର୍ପଣ କରବା ଦ୍ୱାରା କୂଅ ଭିତର ଏହିଭଳି ପ୍ରସାଦ ପଙ୍କ ରେ ଭରି ରହିଥାଏ। ତେଣୁ ସମସ୍ତ ଭକ୍ତ ଲୋକନାଥଙ୍କୁ ଏହି ତିନିଦିନ ଦର୍ଶନ କରିଥାନ୍ତି ।

Leave a Reply

Your email address will not be published.