ପବିତ୍ର ହରିଶଙ୍କର ପୀଠରେ ଜାଗର ମେଳା

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ପଶ୍ଚିମ ଓଡିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ପବିତ୍ର ହରିଶଙ୍କର ପୀଠରେ ଆଜି ମହା ଶିବରାତ୍ରି ପାଳିତ ହେଉଛି । କୋଭିଡ୍ କଟକଣା ମାନି ସମସ୍ତ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରୁଛନ୍ତି । ଦେବାଧିଦେବ ମହାଦେବଙ୍କ ପୂଜାର୍ଚ୍ଚନା ପାଇଁ ଚଳଚଞ୍ଚଳ ହୋଇପଡିଛି ହରିଶଙ୍କର । ମନ୍ଦିର ଗୁଡିକ ପୂଜାର୍ଚ୍ଚନା ପାଇଁ ବିଶେଷ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଗୋଟିଏ ବର୍ଷ ପରେ ପ୍ରଭୁଙ୍କ ପାଖରେ ଜାଗର ଜାଳିବା ପାଇଁ ଲୋକଙ୍କ ମନରେ ଉଦ୍ଦିପନା ପ୍ରକାଶ ପାଇଛି । ଭକ୍ତମାନେ ହରିଶଙ୍କର ବୁଲିବା ସହ ସେଲାପଥରରେ ଗାଧୋଇ ବାର ମଜା ନେଉଛନ୍ତି । କୋରୋନା କଟକଣା ଅନୁସାରେ ଶ୍ରଦ୍ଧାଳୁମାନେ ଧାଡିରେ ରହି ମନ୍ଦିରକୁ ଦର୍ଶନ କରିଥିଲେ । ସମସ୍ତେ ଶିବ କୃପା ଲାଭ କରିବା ପାଇଁ ଆତୁର ଅଛନ୍ତି । ରାତିରେ ମହାଦୀପ ଉଠିବା ସହ ନୀତିକାନ୍ତି ଶହ ଜାଗର ଯାତ୍ରା ପାଳନ ହେବ ବୋଲି ପୂଜକ କହିଛନ୍ତି । ବ୍ୟବସାୟୀମାନେ ମଧ୍ୟ ବହୁତ ଖୁସି ଥିବା କହିଛନ୍ତି ।

Leave a Reply

Your email address will not be published.