ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆରମ୍ଭ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ପାଇଁ ୩୮ ଗୋଟି ପୂଜା ମଣ୍ଡପରେ ମା ଲକ୍ଷ୍ମୀଙ୍କର ପୂଜା ଆବାହନ ହୋଇଯାଇଛି। ସ୍ଥାନୀୟ ପୁଷ୍କରିଣୀ ମାନଙ୍କରେ ଘଟକୁ ଆବାହନ କରାଯାଇ ଆଣିବା ପରେ ମା ଲକ୍ଷ୍ମୀଙ୍କର ଆବାହନ ପୂଜା ଆରମ୍ଭ ହୋଇଥିଲା । ପ୍ରତ୍ୟେକ ଦିନ ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା, ଷୋଡ଼ଶ ଉପଚାରରେ ମହାଲକ୍ଷ୍ମୀଙ୍କ ପୂଜା, ଯଜ୍ଞ, ବଲ୍ହଭ ଭୋଗ, ଖେଚେଡ଼ି ଭୋଗ, ମଧ୍ୟାହ୍ନରେ ଅନ୍ନ ଭୋଗ, ସନ୍ଧ୍ୟା ବେଳେ ଆଳତୀ ଓ ତାପରେ ରାତ୍ର ଧୂପ ଲଗିହେବ ଓ ପହଡ଼ ପଡ଼ିବ। ଏହି ପୂଜା ୧୧ ଦିନ ଧରି ଚାଲିବ।

ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.