ଆଜିଠୁ ଆରମ୍ଭ କାର୍ତିକ ମାସ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ କାର୍ତ୍ତିକ ନିତି ଆରମ୍ଭ । ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧବଳରାମ ଜିୟୁ ଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜିଠାରୁ କାର୍ତ୍ତିକ ନିତି ଆରମ୍ଭ ହୋଇଯାଇଛି । ଆଜି ଠାରୁ କାର୍ତ୍ତିକ ମାସ ଆରମ୍ଭ ହୋଇଥିବାରୁ ମନ୍ଦିରରେ ଆଜିଠାରୁ ଆକାଶ ଦିପ ଲାଗି କରାଯାଇ ଥିଲା । ଏହା ଏକ ମାସ ଧରି ଲାଗି କରାଯିବ । ପୂଜକ ଶ୍ରୀବତ୍ସ ମିଶ୍ର ପାଳିଆ ସେବକ ସମୁନାଥ ମହାପାତ୍ର , କାହାଳିଆ ଟିକନ ବେହେରା ଓ ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀ ଙ୍କ ଉପସ୍ଥିତିରେ ଏହି ଆକାଶ ଦିପ ଲାଗି କରାଯାଇଥିଲା ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.