ଢେଙ୍କାନାଳ ବାସୀଙ୍କ ଦୀର୍ଘ ଦିନର ଆଶା ପୂରଣ, କପିଳାଶ ଚନ୍ଦ୍ରଶେଖର ଜିଉଙ୍କ ସୁନା ନାଗଭାରଣ ବେଶ ଅନୁଷ୍ଠିତ

ଢେଙ୍କାନାଳ, (ସୌମ୍ୟ ରଞ୍ଜନ ମହାନ୍ତି): ଢେଙ୍କାନାଳ ବାସୀ ଙ୍କ ଦୀର୍ଘ ଦିନର ଆଶା ପୂରଣ ହୋଇଛି । ଓଡିଶାର କୈଳାସ କୁହାଯାଉଥିବା କପିଳାସ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି ଚନ୍ଦ୍ରଶେଖର ଜୀଉଙ୍କ ସୁନା ନାଗଭରଣ ବେଶ । ଏକ କୋଟି ୩୦ ଲକ୍ଷ୍ୟ ବ୍ୟୟ ବ୍ୟବଧାନରେ ନିର୍ମିତ ହୋଇଥିବା ଚନ୍ଦ୍ରଶେଖର ଜୀଉଙ୍କର ଏହି ମନଲୋଭା ସୁନା ନାଗଭରଣ ବେଶକୁ ଶ୍ରଦ୍ଧାଳୁ ମାନେ ବର୍ଷକୁ ୩ ଥର ଦେଖିବାକୁ ପାଇବେ ।

ତେବେ ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା, ପ୍ରତ୍ୟେକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଢେଙ୍କାନାଳ ଆରଖିଅଧିକ୍ଷକ ସିବା ସୁବ୍ରମଣି, ଗଁଦିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଧୀର କୁମାର ନାୟକ, ଗଁଦିଆ ତହସିଲଦାର ଆଶିଷ ରଂଜନ ସାହୁ, ଗଁଦିଆ ଥାନା ଅଧିକାରୀ ବିଷ୍ଣୁ ଚରଣ ବାରିକଙ୍କ ସହ ଦେବୋତ୍ତର ବିଭାଗ, ସାମ୍ବାଦିକ ଏବଂ ସେବାୟତଙ୍କ ଗହଣରେ କୋଭିଡର ସମସ୍ତ କଟକଣାକୁ ମାନି ଶ୍ରୀ ଚନ୍ଦ୍ରଶେଖର ଜିୟୁଙ୍କ ଏହି ସୁନା ନାଗଭରଣ ବେଶ ଅନୁଷ୍ଠିତ ହୋଇଛି । ୧୭ ତାରିଖ ଠାରୁ କପିଳାସ ମନ୍ଦିର ସାଧାରଣ ଲୋକ ମାନଙ୍କ ପାଇଁ ଖୋଲା ଯୋଉଥିବା ବେଳେ ଆଗାମୀ ମକର ସଂକ୍ରାନ୍ତିରେ ପୁନର୍ବାର ଏହି ନାଗଭରଣ ବେଶ ଅନୁଷ୍ଠିତ ହେବ ଯାହାକୁ ସମସ୍ତ ଭକ୍ତ ମାନେ ଦେଖିପାରିବେ ବୋଲି ଜଣାଯାଇଛି ।

Leave a Reply

Your email address will not be published.