ଦୁର୍ଦ୍ଧାନ୍ତ ଅପରାଧୀ ରାଜନସନ୍ୟାସୀ ସହ ୭ଗିରଫ, ଟିପର୍ ଯନ୍ତ୍ରାଂଶ ଜବତ

ରାଜଗାଙ୍ଗପୁର, (ଦଶରଥ ପୋଡ଼): କିଛିଦିନ ହେବ ବଣାଇ ଉପଖଣ୍ଡ ଲୁହୁଣୀପଡା ଥାନା ଅଧୀନରେ ଥିବା ଟେନ୍ସା, ବରସୁଆ, ବଡ଼ବିଲ ପ୍ରଭୁତି ଅଞ୍ଚଳରୁ ବାରମ୍ବାର ଟିପର୍ ଚୋରି ହୋଇଆସୁଥିଲା । ଟିପର୍ ମାଲିକ ମାନେ ବାରମ୍ବାର ଲୁହୁଣୀପଡା ଥାନାରେ ଅଭିଯୋଗ କରିଆସୁଥିଲେ ମଧ୍ୟ ପୋଲିସ ଚୋର ମାନଙ୍କ ଟେର୍ ପାଇପାରୁନଥିଲା । ପରେ ବଣେଇ ଉପଖଣ୍ଡ ଏସଡିପିଓ ସୈାରଭ କୁମାର ଓଝାଙ୍କ ନିର୍ଦ୍ଦେଶରେ ଲହୁଣୀ ପଡା ଥାନାଅଧିକାରୀ ସନ୍ତୋଷ ଜେନା ଏବଂ ଟେନସା ଫାଣ୍ଡି ଅଧିକାରୀ ଅଶୋକ ବେହେରାଙ୍କୁ ନେଇ ଏକ ସ୍ଵତନ୍ତ୍ର ଟିମ ଗଠନ କରି ଅଞ୍ଚଳରେ ଥିବା ବିଭିନ୍ନ ଢାବା ଏବଂ ପେଟ୍ରୋଲ ପମ୍ପ ନିକଟରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ୍ କରି ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିନ୍ହଟ କରି ଥାନାକୁ ନେଇ ଅଧିକ ପଚରାଉଚରା କରାଯିଇଥିଲା ।

ଲକ୍ ଡାଉନ୍ ଯୋଗୁଁ କାମଧନ୍ଦା ନମିଳିବାରୁ ଟିପର୍ ଚୋରି କରି ରାଜଗାଙ୍ଗପୁର ଠାରେ ବିକ୍ରୀ କରୁଥିବା ଏବଂ ଏଥିରେ ଆହୁରି ଲୋକ ସମ୍ପୃକ୍ତ ଥିବା ସ୍ବୀକାର କରିଥିଲେ । ସେମାନଙ୍କ ସୂଚନା ଆଧାରରେ ରାଜଗାଙ୍ଗପୁର ବଗିଚା ପଡ଼ାର ଦୁର୍ଦ୍ଧାନ୍ତ ଅପରାଧୀ ରାଜନସନ୍ୟାସୀ ୪୯, ଝାରଖଣ୍ଡ ସିମଡେଗାର ଅନିଲ କାଣ୍ଡୁଲାନା୧୯, ବରସୁଆର ଯୋସେଫ୍ କାଣ୍ଡୁଲାନା୨୮, ପାତ୍ରାସ୍ ଭୁୟାଁ ୧୯, ରାଜଗାଙ୍ଗପୁର ଘୋଘର ଅଜୟ ଟପୋ୨୪, ରାଜଗାଙ୍ଗପୁର ମାଲିଡିହିର କ୍ରିଷ୍ଣା ମିଞ୍ଜ୨୬ ଏବଂ ଝାରଖଣ୍ଡ ରତନଟୋଲାର ଫେରାରି ମହାତୋ୩୩କୁ ପୋଲିସ ଚତୁରତାସହିତ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସୈାରଭ ଓଝା ସୂଚନା ଦେଇଛନ୍ତି ।

ସୁଚନା ଥାଉକି ରାଜଗାଙ୍ଗପୁର ବଗିଚା ପଡ଼ାର ଦୁର୍ଦ୍ଧାନ୍ତ ଅପରାଧୀ ରାଜନସନ୍ୟାସୀ ୨୦୦୪ମସିହାରେ ଦୁଇ ଜଣ ବ୍ୟକ୍ତିଙ୍କୁ ହତ୍ୟା କରି ସେମାନଙ୍କ ଶରିରକୁ ଖଣ୍ଡବିଖଣ୍ଡିତ କରିକାଟି ମନ୍ଦରିଆ ଡ୍ୟାମରେ ଫିଙ୍ଗି ଦେଇଥିବା ଘଟଣାରେ ଗିରଫ ହୋଇ ଉଚ୍ଚ ନ୍ୟାୟାଳୟରୁ ଜାମିନରେ ଆସି ଏକ ଗ୍ୟାଙ୍ଗ ତିଆରି କରି ଲହୁଣୀ ପଡା ଅଞ୍ଚଳରୁ ଟିପର୍ ସବୁ ଚୋରି କରି ତାର ନିଜର ଷ୍ଟୋନ କ୍ରସର ଥିବା ମାଲିଡିହି ପଞ୍ଚାୟତର ଭଗତଟୋଲା ଠାରେ ଗ୍ୟାସ୍ କଟର ସାହାଯ୍ୟରେ ଚୋରି କରି ଆଣୁଥିବା ଟିପର୍ ସବୁକୁ କାଟି ଖଣ୍ଡ ଖଣ୍ଡ କରି ରାଜଗାଙ୍ଗପୁର ରାଜପଥ ନିକଟରେ ଥିବା ଏକଢାବା ଦ୍ବାରା ମୂଳ ଚାଲ୍ କରି ଯନ୍ତ୍ରାଂଶ ସବୁକୁ ଖୋଲା ବଜାରରେ ବିକ୍ରୀ କରୁଥିଲା । ପୋଲିସ ଚଢ଼ାଉ ସମୟରେ ୨୩ ଟନ୍ ଲୁହାକ୍ରାପ ସହିତ ଦୁଇଟି ଟିପର୍ ଇଞ୍ଜିନର କଟା ଯନ୍ତ୍ରାଂଶ ଉଦ୍ଧାର କରିଥିଲା ।

Leave a Reply

Your email address will not be published.