ବଲାଙ୍ଗିରର ଯୁବକ ରାଜଗୋପାଳ ଭୋଇ କଲେ ବିଶ୍ୱ ରେକର୍ଡ, ଗୋଟିଏ ଆଙ୍ଗୁଠିରେ ହକି ଷ୍ଟିକକୁ ୩ଘଣ୍ଟା ଧରି ବାଲାନ୍ସ


ବଲାଙ୍ଗିର (ନୀଳାଞ୍ଚି ବିଶି ) : ଗୋଟିଏ ଆଙ୍ଗୁଠିରେ ହକି ବାଡ଼ିକୁ ୩ଘଣ୍ଟା ଧରି ବାଲାନ୍ସ କରି ବଲାଙ୍ଗିରର ଯୁବକ ରାଜଗୋପାଳ ଭୋଇ ଖାଲି ବଲାଙ୍ଗିରରେ ନୁହେଁ ସାରା ବିଶ୍ୱରେ ଚର୍ଚ୍ଛାରେ ରହିଛନ୍ତି । ଗୁରୁବାର ସ୍ଥାନୀୟ ହରିଭବନ ଠାରେ ଗୋଟିଏ ଆଙ୍ଗୁଳିରେ ହକି ଷ୍ଟିକକୁ କିଛି ମିନିଟ କି ଗୋଟିଏ ଘଣ୍ଟା ନୁହେଁ ବରଂ ୩ଘଣ୍ଟାରୁ ଅଧିକ ସମୟ ବାଲାନ୍ସ କରି ଗୀନିଜ ବୁକ୍ ଅଫ୍ ଓ୍ୱାର୍ଲଡ ରେକର୍ଡସରେ ନିଜ ନାଁ ଲେଖାଇଛନ୍ତି ରାଜଗୋପାଳ ।

ରାଜଗୋପାଳ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଜମୁତଝୁଲ୍ଲା ଗାଁର । ପୂର୍ବରୁ କର୍ଣ୍ଣାଟକ ରାଜ୍ୟର ହିମାଂଶୁ ଗୁପ୍ତାଙ୍କ ନାମରେ ଏହି ରେକର୍ଡ ରହିଥିବା ବେଳେ ହିମାଂଶୁ ୨ ଘଣ୍ଟା ୨୨ ମିନିଟ ୨୨ ସେକଣ୍ଡ ବାଲାନ୍ସ ରଖିଥିଲେ । କିନ୍ତୁ ରାଜଗୋପଳ ତାଙ୍କ ଅପେକ୍ଷା ଘଣ୍ଟାଏରୁ ଅଧିକ ସମୟ ହକି ଷ୍ଟିକକୁ ବାଲାନ୍ସ କରି ରଖିଥିଲେ । ରାଜଗୋପଳଙ୍କୁ ଏହି ସଫଳତା ଯୋଗୁଁ ସାରା ଅଞ୍ଚଳରେ ଉତ୍ସାହର ମହୋଲ ଦେଖାଦେଇଛି ।

Leave a Reply

Your email address will not be published.