ଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗ ପିଲାମାନଙ୍କୁ ଶିକ୍ଷଣ ସାମଗ୍ରୀ ବଣ୍ଟନ

କଟକ,(ନାଗରାଜ ନ୍ୟୁଜ): କଟକ ଖାନନଗର ହାଇସ୍କୁଲ ଠାରେ ଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗ ଜନ ପିଲାମାନଙ୍କର ଶିକ୍ଷଣ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟ କ୍ରମରେ ବାରଙ୍ଗ, କଂଟାପଡ଼ା, ନିଆଳି, ଟାଙ୍ଗୀ-ଚୌଦ୍ୱାର, କଟକ ସଦର ବ୍ଲକ ଓ କଟକ ମହାନଗର ନିଗମ ଅନ୍ତର୍ଗତ ସମସ୍ତ ଦୀବ୍ୟାଙ୍ଗ ଜନ ପିଲାମାନଙ୍କୁ ଏନଆଇଇପିଆଡି ସିକନ୍ଦରାବାଦ ଦ୍ୱାରା ପ୍ରଦତ ୪୫ ଟି ଶିକ୍ଷଣ ସାମଗ୍ରୀ ବ୍ୟାଗ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟ କ୍ରମରେ ସମ୍ମାନନୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡଃ. ସନ୍ତୋଷ କୁମାର ରାଉତ, କଟକ ସଦର ମଣ୍ଡଳ ଶିକ୍ଷାଧିକାରୀ ସରସ୍ୱତୀ କାନୁନଗୋ, ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଅନନ୍ତ ଚରଣ ଦେହୁରୀ, ରବିନ୍ଦ୍ର କୁମାର ବେହେରା, ବିଦ୍ୟାଳୟର ପ୍ରଧାନଶିକ୍ଷକ ଅକ୍ଷୟ କୁମାର ଷଡଙ୍ଗୀ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅକ୍ଷୟ କୁମାର ନନ୍ଦ, ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ଚିତ ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.