“ଦ ବ୍ରଦର୍ ହୋଡ଼ ଇଣ୍ଡିଆ” ସଂଗଠନ ତରଫରୁ କମଳ ଓ ମାକ୍ସ ବଣ୍ଟନ

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା, ଔପଦା ବ୍ଲକ ଅନ୍ତର୍ଗତ ଗଡ଼ସାହି ପଞ୍ଚାୟତ ପଥରପଦା ମାଙ୍କିଡିଆ ବସ୍ତିରେ ୩୦ରୁ ଉର୍ଧ୍ଵ ପରିବାରକୁ କମଳ ସହ ମାକ୍ସ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିସହ ଓମିକ୍ରନରୁ କିପରି ନିଜକୁ ସୁରକ୍ଷିତ ରଖିପାରିବେ ସେହି ବିଷୟରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା । “ଦ ବ୍ରଦର୍ ହୋଡ଼ ଇଣ୍ଡିଆ” ସଂଗଠନର ମନୋରଞ୍ଜନ, ମାହିରଞ୍ଜନ, ମାନସରଞ୍ଜନ, ଗୌତମ, ଚକ୍ରଧର, ପ୍ରଶାନ୍ତ, ଶସାଙ୍କ, ଲକ୍ଷ୍ମୀକାନ୍ତ, ରାଜେନ୍ଦ୍ର, ଭାଗବତ ଓ ମନୋଜିତ ସଦସ୍ୟମାନଙ୍କ ସହଯୋଗ ଦ୍ୱାରା ଏହି କାର୍ୟ୍ୟକ୍ରମ କରାଯାଇଥିଲା । ଏବଂ ଆଗାମୀ ଦିନରେ ଏହିପରି କାର୍ଯ୍ୟ ଜାରିରହିବ ବୋଲି ସଂଘଠନର ସଦସ୍ୟମାନେ କହିଛନ୍ତି ।

Leave a Reply

Your email address will not be published.