ଗରସଙ୍ଗ ପଞ୍ଚାୟତରେ ଭଲି ଟୁର୍ଣ୍ଣାମେଣ୍ଟ ଆୟୋଜିତ

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା ବ୍ଳକ ଅଧୀନ ଗରସଙ୍ଗ ପଞ୍ଚାୟତରେ ଥିବା ଜମ୍ବେଶ୍ୱର କଲେଜ ପଡିଆରେ ପର୍ଶୁରାମ ପାଣିଗ୍ରାହୀ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଜାଗୁଳାଇ ଭଲି କ୍ଲବର ସଦସ୍ୟମାନଙ୍କ ସହାୟତାରେ ଆୟୋଜିତ ଟୁର୍ଣ୍ଣାମେଣ୍ଟ ଗରସଙ୍ଗ ପଞ୍ଚାୟତର ସମାଜସେବୀ ତଥା ଏମପି ପ୍ରତିନିଧି ରାଜେନ୍ଦ୍ର କୁମାର ଦାସ ଦ୍ୱାରା ଉଦଘାଟିତ ହୋଇଥିଲା । ଏଥିରେ ରାଜ୍ୟର ୪ଟି ଟିମ ଅଂଶ ଗ୍ରହଣ କରିଥିଲେ । କେକେ କ୍ଲବ ସୋର, ମାରାଥନ ବାଲେଶ୍ୱର, ସୂର୍ୟ୍ୟଶିଖା ଭଦ୍ରକ ଓ ଭୋଗରାଇ ଟିମର ଖେଳ ଦେଖିବା ଲାଗି ଗରସଙ୍ଗ ପଂଚାୟତ ବାସୀଙ୍କ ଭିଡ ଜମିଥିଲା । ରାଜ୍ୟ ସରକାରଙ୍କର ପର୍ୟ୍ୟଟନ ଭାଷା, ସାହିତ୍ୟ, ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ବିଜେତା ଟିମ ମାରାଥନ ବାଲେଶ୍ୱରକୁ ଟ୍ରଫି ସହ ୧୦୦୦୦ ହଜାର ଟଙ୍କାର ଅର୍ଥ ରାଶି ଓ ରନର୍ସଅଫ ଟିମ ଭୋଗରାଇକୁ ଟ୍ରଫି ଓ ୮ ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟା ସୁଷମା ମହାପାତ୍ର, ସରପଞ୍ଚ ସସ୍ମିତା ପଟ୍ଟନାୟକ ଓ ରାଜେନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇ ସଭାକାର୍ୟ୍ୟ ପରିଚାଳନା କରିଥିଲେ ।

Leave a Reply

Your email address will not be published.