ଗ୍ରାମ ରାସ୍ତା ତଦାରଖ କଲେ ଖଇରା ବିଡିଓ

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା ବ୍ଳକ ବଟେଶ୍ୱର ଗ୍ରାମ ରାସ୍ତାକୁ ବିଡିଓ ପର୍ଶୁରାମ ପଣ୍ଡା ତଦାରଖ କରିଥିବା ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ବଟେଶ୍ୱର ଗ୍ରାମର ମୁଖ୍ୟ ରାସ୍ତା ପୁରା ଶୋଚନୀୟ ଅବସ୍ଥାରେ ପଡି ରହିଥିବା ବେଳେ ରାସ୍ତାରେ ଥିବା ଏକ ସୋଠ ଭାଙ୍ଗି ଯାଇଥିଲା । ଏଥିନେଇ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଆଜି ଖଇରା ବିଡିଓ ଶ୍ରୀଯୁକ୍ତ ପର୍ଶୁରାମ ପଣ୍ଡା ବଟେଶ୍ୱର ଗ୍ରାମକୁ ଯାଇ ବିପଦ ସଂକୁଳ ଅବସ୍ଥାରେ ଥିବା ଗାଁ ରାସ୍ତାଟିର ତଦାରଖ କରିଥିଲେ । ତେବେ ଖୁବ ଶୀଘ୍ର ରାସ୍ତାଟିର ପୁନଃରୁଦ୍ଧାର କରିବା ପାଇଁ ବିଡିଓ ପଣ୍ଡା ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି ।

Leave a Reply

Your email address will not be published.