ଛାପାଖାନାରେ ଗ୍ୟାସ୍‌ ନିର୍ଗତ; ୬ ମୃତ, ୨୦ ଗୁରୁତର ଆହତ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଆଜି ଗୁଜୁରାଟର ସୁରତରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି । ଏକ ଛାପା କାରଖାନାରେ କାମ ଚାଲିଥିଲା। କାରଖାନା ନିକଟରେ ଜଣେ ଅଜ୍ଞାତ ବ୍ୟକ୍ତି ଟ୍ୟାଙ୍କରରୁ ନାଳରେ କ୍ୟାମିକାଲ ପକାଉଥିଲା। ଏହି ସମୟରେ ଗ୍ୟାସ ନିର୍ଗତ ହୋଇଥିଲା। ଫଳରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି ।

Leave a Reply

Your email address will not be published.